JEE ମେନ୍ ଓ NEET ପରୀକ୍ଷା ପାଇଁ ଲକ୍‌ଡାଉନ୍, ଶଟ୍‌ଡାଉନ୍ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 28, 2020

JEE ମେନ୍ ଓ NEET ପରୀକ୍ଷା ପାଇଁ ଲକ୍‌ଡାଉନ୍, ଶଟ୍‌ଡାଉନ୍ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ JEE ମେନ୍ ଏବଂ NEET ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକ୍‌ଡାଉନ୍‌ କିମ୍ବା ଶଟ୍‌ଡାଉନ୍‌ ଲାଗୁ କରାଯିବ ନାହିଁ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ କାଲିଠୁ ୭ ତାରିଖ ଯାଏ ଲାଗୁ ଲକ୍‌ଡାଉନ୍ ବା ଶଟ୍‌ଡାଉନ୍ ଲାଗୁ ହେବନି। ସେହିପରି ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା।

ଏହାସହ ଯେଉଁ ପିଲାଙ୍କୁ ଯିବା ଆସିବା ଏବଂ ରହିବା ବ୍ୟବସ୍ଥା ଦରକାର ପଡ଼ିବ, ରାଜ୍ୟ ସରକାର ଯୋଗାଇଦେବେ ବୋଲି ଏସ୍‌ଆର୍‌ସି କହିଛନ୍ତି।  ବିଭିନ୍ନ ଇଂଜିନିୟରିଂ କଲେଜ ହଷ୍ଟେଲ ଗୁଡ଼ିକରେ ନିଃଶୁଳ୍କରେ ପରୀକ୍ଷାର୍ଥୀ ରହିପାରିବେ। ନୋଡାଲ୍‌ ଆଇଟିଆଇ କେନ୍ଦ୍ର ଅଧ୍ୟକ୍ଷଙ୍କୁ ଏନେଇ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର୍ଥୀମାନେ ନୋଡାଲ ସେଣ୍ଟରରେ ନିଜ ସଂପର୍କରେ ତଥ୍ୟ ଦେଲେ, ସେମାନଙ୍କ ସଂଖ୍ୟା ଦେଖି ବସ୍ ବ୍ୟବସ୍ଥା ମଧ୍ୟ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

The post JEE ମେନ୍ ଓ NEET ପରୀକ୍ଷା ପାଇଁ ଲକ୍‌ଡାଉନ୍, ଶଟ୍‌ଡାଉନ୍ ମନା appeared first on Odisha Reporter.



from Odisha Reporter https://ift.tt/3lwzI7p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages