ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଯେଉଁ ହାରରେ ବୃଦ୍ଧି ପାଉଛି ତା’ଠାରୁ ଢେର ଅଧିକ ବେଗରେ ଲୋକ ଏହି ମହାମାରୀ କବଳରୁ ସୁସ୍ଥ ହେବାରେ ଲାଗିଛନ୍ତି। ପୂର୍ବରୁ କରୋନା ସଂକ୍ରମଣରେ ପ୍ରତିଦିନ ରେକର୍ଡ କରୁଥିବା ଭାରତ ଏବେ ଆରୋଗ୍ୟ ସଂଖ୍ୟାରେ ବି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି।
ଦିନକରେ ପ୍ରଥମଥର ପାଇଁ ୬୨ ହଜାରରୁ ଅଧିକ ଲୋକ କରୋନା ଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ୨୪ ଘଣ୍ଟାରେ ପ୍ରାୟ ୬୯ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୮,୮୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯,୦୫,୮୨୩କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ କରୋନା ୯୮୩ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୪,୮୪୯ରେ ପହଞ୍ଚି ଯାଇଛି।
ତେବେ ଦେଶରେ ଆରୋଗ୍ୟ ହାର ଦ୍ରୁତଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୭୪.୩୦% ରହିଛି। ୨୪ ଘଣ୍ଟାରେ ରେକର୍ଡ ୬୨,୨୮୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧,୫୮,୯୪୬ ହୋଇଯାଇଛି। ଏହାର ଅର୍ଥ ଏବେ ୬,୯୨,୦୨୮ ଆକ୍ଟିଭ କେସ ରହିଛି।
ଅନ୍ୟପକ୍ଷରେ ଗୁରୁବାର ମଧ୍ୟରାତ୍ର ସୁଦ୍ଧା ଦେଶରେ ମୋଟ ୩,୩୪,୬୭,୨୩୭ଟି ନମୁନା ପରୀକ୍ଷା କରାଗଲାଣି। କେବଳ ଗୁରୁବାର ୮,୦୫,୯୮୫ଟି ନମୁନା ପରୀକ୍ଷା କରାଯାଇଛି।
The post ଆରୋଗ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୬୨ ହଜାର ସୁସ୍ଥ ଓ ୬୯ ହଜାର ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3ggVk41
No comments:
Post a Comment