ସ୍ପଷ୍ଟ କଲେ ଡିସିପି; ଏଥର କଟକରେ ହୋଇ ପାରିବନି ଗଣେଶ ପୂଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ସ୍ପଷ୍ଟ କଲେ ଡିସିପି; ଏଥର କଟକରେ ହୋଇ ପାରିବନି ଗଣେଶ ପୂଜା

କଟକ:  ରାତି ପାହିଲେ ଗଣେଶ ପୂଜା। ମାତ୍ର ଏଥର ସିଲିଭର ସିଟି କଟକରେ ସାର୍ବଜନୀନ ସ୍ଥାନରେ ତଥା ମଣ୍ଡପରେ ପୂଜା ପାଇବେନି ବିଘ୍ନ ବିନାଶନ। କଟକରେ ଦିନକୁ ଦିନ କରୋନା ବେକାବୁ ହେବାକୁ ଲାଗିଥିବା ବେଳେ ଗଣେଶ ପୂଜାକୁ ଅନୁମତି ମିଳିବନି ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ସାଂପ୍ରତିକ କରୋନା ସ୍ଥିତିକୁ ଦେଖି ଅନୁମତି ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଡିସିପି।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଆଖି ଆଗରେ ରଖି  ଦ୍ୱୈତନଗରୀ ମଣ୍ଡପରେ ଗଣେଶ ପୂଜା ଉପରେ କମିଶନରେଟ୍‌ ପୁଲିସ ରୋକ ଲଗାଇଥିଲେ। ଟୁଇନ ସିଟିରେ ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିବାରୁ ମଣ୍ଡପ ଓ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା  ନକରିବାକୁ କମିଶନରେଟ୍‌ ପୁଲିସ ନିଷ୍ପତ୍ତି ନେଇଥିଲା। ମାତ୍ର ଏଥିପାଇଁ ପୁଲିସ୍‌ କୌଣସି ପୂଜା କମିଟି ସହିତ ଆଲୋଚନା କରି ନ ଥିବାରୁ ଏହାକୁ ନେଇ ଗଣେଶ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହାକୁ ନେଇ ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଶିବେନ୍ଦ୍ର ହାତୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ମଣ୍ଡପରେ ପୂଜା କରାନଯିବା ନିର୍ଦ୍ଦେଶକୁ ସେ ଚ୍ୟାଲେଞ୍ଜ କରିଥିଲେ। ଏଥିରେ ମୁଖ୍ୟସଚିବ, SRC, ପୁଲିସ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ସିଏମ୍‌ସି କମିଶନରଙ୍କୁ ପକ୍ଷଭୁକ୍ତ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ଗତକାଲି ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ।

ହାଇକୋର୍ଟ କହିଥିଲେ, ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ମଣ୍ଡପରେ ପୂଜା ଗଣେଶ ପୂଜା ପାଇବେ କି ନାହିଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ସେ ଚାହିଁଲେ ପୂଜା ପାଇଁ ଅନୁମତି ଦେଇପାରିବ। ଯଦି ପୂଜା ପାଇଁ ପରିସ୍ଥିତି ଠିକ୍ ନ ଥିବ, କରୋନା ବ୍ୟାପିବାର ଆଶଙ୍କା ଥିବ, ତେବେ ସେ ଅନୁମତି ଦେବେ ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଥିଲେ ହାଇକୋର୍ଟ।

କଟକରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିବା ବେଳେ ଭାଇଚାରାର ଏହି ସହରରେ ଚଳିତ ବର୍ଷ ଗଣେଶ ପୂଜା ଲାଗି ଅନୁମତି ଦେଇ ହେବ ନାହିଁ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ।

The post ସ୍ପଷ୍ଟ କଲେ ଡିସିପି; ଏଥର କଟକରେ ହୋଇ ପାରିବନି ଗଣେଶ ପୂଜା appeared first on Odisha Reporter.



from Odisha Reporter https://ift.tt/3hkLJuf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages