ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଯାଇଛି। ଅନ୍ୟପଟରେ ପ୍ରତ୍ୟେକ ଦିନ ଏହି ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ଜାରି ରହିଛି। ଏକ ନୂଆ ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁର ପୂର୍ବ ରାତିରେ ଅର୍ଥାତ୍ ଜୁନ୍ ୧୩ ତାରିଖ ରାତିରେ ତାଙ୍କ ଘରର ଲାଇଟ୍ ଖୁବ୍ଶୀଘ୍ର ବନ୍ଦ ହୋଇଯାଇଥିଲା। ଏହା ତାଙ୍କର ପଡ଼ୋଶୀଙ୍କ ପାଇଁ ଆଦୌ ସ୍ୱାଭାବିକ ନଥିଲା।
ଗଣମାଧ୍ୟମରେ ଜଣେ ପଡ଼ୋଶୀ କହିଛନ୍ତି ଯେ ଅନ୍ୟ ଦିନମାନଙ୍କରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁଶାନ୍ତଙ୍କ ଘରର ଲାଇଟ୍ ଜଳୁଥାଏ। କିନ୍ତୁ ଜୁନ୍ ୧୩ ତାରିଖ ରାତିରେ ଅଚାନକ ଖୁବ୍ଶୀଘ୍ର ସବୁ ଲାଇଟ୍ ବନ୍ଦ ହୋଇଯାଇଥିଲା। ରୋଷେଇ ଘରକୁ ଛାଡ଼ି ଦେଲେ ଘରର ବାକି ସବୁ ଲାଇଟ୍ ୧୦ଟା ୩୫ରୁ ୪୦ ମଧ୍ୟରେ ବନ୍ଦ ହୋଇଯାଇଥିଲା।
ଏହି ପଡ଼ୋଶୀ ମହିଳାଙ୍କ କହିବା ଅନୁଯାୟୀ, ସେଦିନ ରାତିରେ ସୁଶାନ୍ତଙ୍କ ଘରେ କୌଣସି ପାର୍ଟିର ଆୟୋଜନ ହୋଇ ନଥିଲା। ପୂର୍ବରୁ କୁହାଯାଉଥିଲା ଯେ ସେଦିନ ରାତିରେ ସୁଶାନ୍ତଙ୍କ ଘରେ ପାର୍ଟି ହୋଇଥିଲା। ତେବେ ତାହା ଉଡ଼ା ଖବର ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି।
ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହକୁ ତାଙ୍କୁ ବାନ୍ଦ୍ରା ସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା। ପୁଲିସ୍ର ପ୍ରାଥମିକ ରିପୋର୍ଟ ଅନୁସାରେ ଏହା ଏକ ଆତ୍ମହତ୍ୟା ଘଟଣା। କିନ୍ତୁ ତାଙ୍କ ପରିବାର ଲୋକ ଓ ଶୁଭେଚ୍ଛୁମାନେ ଏହାକୁ ଗ୍ରହଣ କରିପାରି ନଥିଲେ। ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଗତକାଲି ସୁଶାନ୍ତ ରୋଷେୟା ଓ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ପଚରାଉଚରା କରିଥିବା ବେଳେ ଆଜି ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ ବୋଲି କୁହାଯାଉଛି।
The post ଜୁନ୍ ୧୩ ରାତିରେ ସୁଶାନ୍ତଙ୍କ ଘରେ ଘଟିଥିବା ଘଟଣାରେ ଆଶ୍ଚର୍ଯ୍ୟ ହୋଇଥିଲେ ପଡ଼ୋଶୀ appeared first on Odisha Reporter.
from Odisha Reporter https://ift.tt/2QhVDku
No comments:
Post a Comment