ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 22, 2020

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଲା

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ନୋଭେଲ କରୋନା ଭୂତାଣୁ ଭାରତ ସମେତ ୧୮୦ ଦେଶକୁ ହନ୍ତସନ୍ତ କରି ରଖିଛି। ବର୍ତ୍ତମାନ ସୁଦ୍ଧା ୨.୨୯ କୋଟିରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୭.୯୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଭାରତରେ ମଧ୍ୟ ପ୍ରତିଦିନ ଭୂତାଣୁ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତାଜା ତଥ୍ୟ ଅନୁସାରେ ଦେଶରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୩୦,୪୪,୯୪୦ରେ ପହଞ୍ଚିଲାଣି।

ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ୨୦୬ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଲାଣି। ଗତ ୨୪ଘଣ୍ଟାରେ (ଶନିବାର ସକାଳ ୮ରୁ ରବିବାର ସକାଳ ୮ ପର‌୍ୟ୍ୟନ୍ତ) ୬୯,୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ଭିତରେ ୯୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୫୬,୭୦୬ରେ ପହଞ୍ଚିଲାଣି। ତେବେ ୨୨,୮୦,୫୬୬ ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇ ସୁସ୍ଥ ମଧ୍ୟ ହୋଇଛନ୍ତି।

ଦେଶରେ କରୋନା ରିକଭରି ରେଟ୍ ଅର୍ଥାତ୍ ସୁସ୍ଥ ହାର ୭୪.୮୯ ପ୍ରତିଶତ ରହିଛି। ପଜିଟିଭିଟି ରେଟ୍ ୮.୬୪ ପ୍ରତିଶତ ରହିଛି। ଅଗଷ୍ଟ ୨୨ରେ ୮,୦୧,୧୪୭ ଟି ନମୁନା ପରୀକ୍ଷଣ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୩,୫୨,୯୨,୨୨୦ଟି ନମୁନା ପରୀକ୍ଷଣ ହୋଇସାରିଛି। ଦେଶର ପ୍ରାୟ ସମସ୍ତ ରାଜ୍ୟ ଏବେ କରୋନା କବଳିତ।

The post ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଲା appeared first on Odisha Reporter.



from Odisha Reporter https://ift.tt/2EtMum2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages