ହାରିଗଲା କ୍ୟାନସର: ମ୍ୟାଟ୍ରିକ୍‌ ପରୀକ୍ଷାରେ ରଖିଲେ ୮୦% - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ହାରିଗଲା କ୍ୟାନସର: ମ୍ୟାଟ୍ରିକ୍‌ ପରୀକ୍ଷାରେ ରଖିଲେ ୮୦%

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ ): ଡାହାଣ ହାତକୁ ଏକ ପ୍ରକାର ଅଚଳ କରି ଦେଇଛି ବୋନ୍ କ୍ୟାନ୍‌ସର୍‌। ହେଲେ ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ସେ ମନ ଭିତରେ ଗଣ୍ଠି ବାନ୍ଧି ଦେଇଥିଲେ। ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ଦେଇଥିଲେ ପରୀକ୍ଷା। ଅସହ୍ୟ ଯନ୍ତ୍ରଣାକୁ ପେନ୍ କିଲ୍‌ର ଦ୍ୱାରା କିଛି ସମୟ ଚପାଇ ବାମ ହାତରେ ଲେଖି ଦେଇଥିଲେ ପରୀକ୍ଷା। ଆଉ ତାଙ୍କର ସେହି କଷ୍ଟର ଫଳ ବି ତାଙ୍କୁ ମିଳିଛି। ୮୦ ପ୍ରତିଶତ ନମ୍ବର ରଖି ସେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ନାଁ ମୋନାଲିସା ମଣ୍ଡଳ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ଅଜୁଆରୀ ଗାଁରେ।

୨୦୧୮ ମସିହାରେ ମୋନାଲିସା ଥିଲେ ସାର୍ଥା ହାଇସ୍କୁଲ୍‌ର ଦଶମ ଶ୍ରେଣୀର ଛାତ୍ରୀ। ସେହି ସମୟରେ ସେ ତାଙ୍କ ଡାହାଣ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସକୁ ନିଆଯାଇଥିଲା। ସେଠାରେ ଜଣାପଡ଼ିଥିଲା ଯେ ତାଙ୍କର ବୋନ୍ କ୍ୟାନ୍‌ସର ହୋଇଛି। ଏହପରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ଏମ୍‌ସରେ ଚିକିତ୍ସା ଚାଲିଥିବାରୁ ୨୦୧୯ ମସିହାରେ ସେ ମ୍ୟାଟ୍ରିକ ପରୀକ୍ଷା ଦେଇ ପାରି ନଥିଲେ। ଚଳିତ ବର୍ଷ ମଧ୍ୟ ତାଙ୍କ ଅବସ୍ଥାରେ କିଛି ସୁଧାର ଆସିନି। ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଡାହାଣ ହାତ ଏକ ପ୍ରକାର ଅଚଳ ହୋଇପଡ଼ିଛି। ହେଲେ ପ୍ରବଳ ଇଚ୍ଛାଶକ୍ତି ଯୋଗୁ ବାପା-ମାଆଙ୍କ ଅନିଚ୍ଛା ସତ୍ତ୍ୱେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ ଓ ୪୮୦ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।

ମୋନାଲିସା ମଣ୍ଡଳ କହିଛନ୍ତି, “ଯନ୍ତ୍ରଣା ହେଉଥିବାରୁ ଘର ଲୋକ ମୋତେ ପରୀକ୍ଷା ଦେବାକୁ ମନା କରିଥିଲେ। ହେଲେ ମୁଁ ଭାବିଲି ଏ ବର୍ଷ ବି ଯଦି ମୁଁ ପରୀକ୍ଷା ନଦେବି ତା’ହେଲେ ପୁଣି ଗୋଟିଏ ବର୍ଷ ମୋତେ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ମୁଁ ଘର ଲୋକଙ୍କ କଥା ନଶୁଣି ପରୀକ୍ଷା ଦେଇଥିଲି। ପେନ୍‌ କିଲର ଖାଇ ପରୀକ୍ଷା ଦେଇଥିଲି।”

ସେ ଆହୁରି କହିଛନ୍ତି, “ପିଲାଟି ଦିନରୁ ଶିକ୍ଷକ ହେବା ପାଇଁ ମୋର ଇଚ୍ଛା ରହିଛି। ହଠାତ୍‌ ଦଶମ ଶ୍ରେଣୀରେ ମୋର ଏହି ସମସ୍ୟା ଦେଖାଗଲା। ତେବେ ଆଗକୁ ପଢ଼ିବାକୁ ମୋର ବହୁତ ଇଚ୍ଛା ଅଛି।”

ମୋନାଲିସାଙ୍କ ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ। ତାଙ୍କ ବାପା ଅଜୟ ମଣ୍ଡଳ ଚାଷ କରି ପରିବାର ଚଳାନ୍ତି। କିନ୍ତୁ ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଘରେ ତାଙ୍କର ଆଉ ଜଣେ ବଡ଼ ଭଉଣୀ ଓ ସାନ ଭାଇ ଅଛନ୍ତି। ସେମାନେ ମଧ୍ୟ ପାଠ ପଢ଼ୁଛନ୍ତି।

ମୋନାଲିସାଙ୍କ ବାପା କହିଛନ୍ତି, “ବର୍ତ୍ତମାନ ଝିଅର ଅବସ୍ଥା ଭଲ ନାହିଁ। ୨ ବର୍ଷ ହେଲା ସେ ବୋନ୍‌ କ୍ୟାନସରରେ ପୀଡ଼ିତ। ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଦେଖାଇଥିଲୁ। ହେଲେ କଟକ କିମ୍ୱା ଭୁବନେଶ୍ୱର ନେଇଯିବାକୁ ଡାକ୍ତର କହିଥିଲେ। ଏହାପରେ ଆମେ ଝିଅକୁ ଭୁବନେଶ୍ୱର ନେଇ ଯାଇଥିଲୁ। ସେଠାରେ ଜଣାପଡ଼ିଲା ଝିଅକୁ ବୋନ୍ କ୍ୟାନସର ହୋଇଛି। ତା’ର ଅପରେସନ୍ କରାଯାଇଥିଲା ଓ କେମୋ ଦିଆଯାଇଥିଲା। ଏହା ପରେ ସେ ସୁସ୍ଥ ହୋଇଥିଲା। ହେଲେ ଛଅରୁ ସାତ ମାସ ପରେ ଆଉ ଥରେ ଯନ୍ତ୍ରଣା ହେଲା। ଏବେ  ଧାର କରଜ ଚିକିତ୍ସା କରୁଛୁ। ଏବେ ନିକଟରେ ଏସ୍‌ସ ଯାଇଥିଲୁ। ହେଲେ କରୋନା ପାଇଁ ଓପିଡି ବନ୍ଦ କହି ଆମକୁ ଫେରାଇ ଦେଲେ। ଡାକ୍ତର ଦେଖିଲେନି। ଆମେ ନିରାଶ ହୋଇ ଫେରି ଆସିଲୁ।”

(ଯଦି କେହି ସହୃଦୟ ବ୍ୟକ୍ତି ମୋନାଲିସାଙ୍କୁ ସାହାଯ୍ୟ କରିବାକୁ ଚାହିଁବେ, ତା’ହେଲେ ଏହି ନମ୍ବର- 9178023669ରେ ଯୋଗାଯୋଗ କରିପାରିବେ।)

 

The post ହାରିଗଲା କ୍ୟାନସର: ମ୍ୟାଟ୍ରିକ୍‌ ପରୀକ୍ଷାରେ ରଖିଲେ ୮୦% appeared first on Odisha Reporter.



from Odisha Reporter https://ift.tt/3iiIS59

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages