ଶୁଣିଲେନି ଡାକ୍ତର, ନର୍ସ; ଆଖି ବୁଜିଲା ନବଜାତ ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ଶୁଣିଲେନି ଡାକ୍ତର, ନର୍ସ; ଆଖି ବୁଜିଲା ନବଜାତ ଶିଶୁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଚିକିତ୍ସାରେ ଅବହେଳା ଯୋଗୁ ଶିଶୁପୁତ୍ର ମୃତ୍ୟୁ। ଡାକ୍ତର ଓ ନର୍ସ ବିଳମ୍ବରେ ପହଞ୍ଚିବାରୁ ଶିଶୁଟି ଆଖି ବୁଜିଦେଇଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ। ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପରିବାର ଲୋକେ ଧାରଣାରେ ବସିଥିବା ବେଳେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଏନେଇ ମୃତ ଶିଶୁଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ  ହୋଇଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପ୍ରସବ ନିମନ୍ତେ ଜଣେ ମହିଳା ମେଡିକାଲରେ ଭର୍ତ୍ତି ହୋଇଥିଲେ। ଡକ୍ଟର ପ୍ରଥମେ ଚେକଅପ୍‌ କରି ଇଞ୍ଜେକସନ ଦେଇଥିଲେ। ମାତ୍ର  କିଛି ସମୟ ପରେ ଯନ୍ତ୍ରଣା ଆରମ୍ଭ ହେଲା।  ଏହାଦେଖି ପରିବାର ଲୋକେ  ନର୍ସଙ୍କୁ ଖୋଜିଖୋଜି କରି ପାଇ ନ ଥିଲେ।  ଡକ୍ଟରଙ୍କ ପାଖକୁ ଯିବାରୁ  ମୁଁ ଯାଇପାରିନି , ନର୍ସଙ୍କୁ କୁହ ବୋଲି କହିଥିଲେ। ଏହାପରେ ପୁଣି ଥରେ ବହୁ ଖୋଜାଖୋଜି ପରେ ନର୍ସ   ଘୋଡ଼ାଇ ହୋଇ ଶୋଇଥିବା ଦେଖିବାକୁ ପାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ଏହାପରେ  ତାଙ୍କୁ କାକୁତି ମିନତି ହୋଇ ବାରମ୍ବାର ଡାକିବାରୁ ସେ ଆସିଲେ।  ମାତ୍ର ଏହା ମଧ୍ୟରେ ଯନ୍ତ୍ରଣାରେ ଛଟପଟ ହୋଇ ମହିଳା ଜଣକ ମେଡିକାଲ ବେଡରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ନର୍ସ ପହଞ୍ଚି ଶିଶୁଟିକୁ ନେଇ ଯାଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ଆଣି ତା’ର ମୃତ୍ୟୁ ହୋଇଥିବା କହିଥିଲେ। ଏହାକୁ ନେଇ ତାତିଛନ୍ତି ପରିବାର ଲୋକେ ।  ଚିକିତ୍ସାରେ ଅବହେଳା ଯୋଗୁ  ଜନ୍ମ ହେଉ ହେଉ ଛୁଆଟି ଆଖି ବୁଜିଥିବା ବେଳେ ଅଭିଯୁକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଢେଙ୍କାନାଳ ସିଡିଏମ୍‌ଓ କହିଛନ୍ତି, ମେଡିକାଲରେ ଏପରି ଘଟଣା ଘଟିଥିବା ନେଇ ଖବର ପାଇଛି। ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ କରିବି।

The post ଶୁଣିଲେନି ଡାକ୍ତର, ନର୍ସ; ଆଖି ବୁଜିଲା ନବଜାତ ଶିଶୁ appeared first on Odisha Reporter.



from Odisha Reporter https://ift.tt/33DUDz1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages