ମ୍ୟୁଜିକ୍ ଭିଡିଓରେ ନଜର ଆସିବେ କାର୍ତ୍ତିକ-ନାଏରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 1, 2020

ମ୍ୟୁଜିକ୍ ଭିଡିଓରେ ନଜର ଆସିବେ କାର୍ତ୍ତିକ-ନାଏରା

ମୁମ୍ବାଇ: ଟେଲିଭିଜନ୍‌ର ଲେକପ୍ରିୟ ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହେ’ ଦୀର୍ଘ ୧୧ ବର୍ଷ ହେଲା ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି। ଏଥିସହ ଏହା ଟେଲିଭିଜନର ସବୁଠୁ ଅଧିକ ଦିନ ଧରି ଚାଲୁଥିବା ଶୋ ’ ମଧ୍ୟ ହୋଇଛି। ଶୋ’ରେ କାର୍ତ୍ତିକ-ନାଏରା (ଶିବାଙ୍ଗୀ ଯୋଶୀ ଏବଂ ମୋହସିନ୍ ଖାନ୍)ଙ୍କ ପ୍ରେମ କାହାଣୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଉଭୟଙ୍କ ଅନ୍‌ସ୍କ୍ରିନ୍ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। କହିବାକୁ ଗଲେ ବର୍ତ୍ତମାନ ଟିଭି ଦୁନିଆରେ ଶିବାଙ୍ଗୀ ଯୋଶୀ ଏବଂ ମୋହସିନ୍ ଖାନଙ୍କ ଯୋଡ଼ି ହିଁ ସବୁଠୁ ଲୋକପ୍ରିୟ। ତେବେ ଆଗକୁ ଏମାନେ ଦର୍ଶକଙ୍କୁ ମନୋରଞ୍ଜନର ଦୁଇଗୁଣ ଡୋଜ୍‌ ଦେବାକୁ ପ୍ରସ୍ତୁତି ଚଲାଇଛନ୍ତି।

ଖୁବ୍‌ଶୀଘ୍ର ଏହି ରୋମାଣ୍ଟିକ୍ ଯୋଡ଼ି ଏକ ମ୍ୟୁଜିକ୍ ଭିଡିଓ ଆଣିବାକୁ ଯାଉଛନ୍ତି। ଶିବାଙ୍ଗୀ ତାଙ୍କ ନୂଆ ମ୍ୟୁଜିକ୍ ଭିଡିଓ ସହିତ ଜଡ଼ିତ ଏକ ଫଟୋ ସୋଶାଲ୍‌ ମିଡିଆରେ ଶେଆର୍ କରିଛନ୍ତି। ଫଟୋରେ ଶିବାଙ୍ଗୀ ମୋହସିନ୍‌ଙ୍କ ସହ ଏକ ରୋମାଣ୍ଟିକ୍ ପୋଜ୍ ଦେଇଛନ୍ତି ଯେଉଁଥିରେ କି ଉଭୟଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ନଜର ଆସିଛି। ଫଟୋଟିକୁ ଶେଆର୍ ସହିତ ଶିବାଙ୍ଗୀ ଲେଖିଛନ୍ତି ଯେ ତାଙ୍କର ମ୍ୟୁଜିକ୍ ଭିଡିଓ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।

ଏହି ଫଟୋରେ ମୋହସିନ୍ ଏକ ଧୂସର ରଙ୍ଗର ବ୍ଲେଜରରେ ଷ୍ଟାଇଲିଶ୍ ଦେଖାଯାଉଥିବାବେଳେ ଶିବାଙ୍ଗୀ ମଧ୍ୟ କଳା ଟପ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋରେ, ଉଭୟଙ୍କ କେମେଷ୍ଟ୍ରି ସମସ୍ତଙ୍କ ହୃଦୟ ଜିତୁଛି। ଏହି ଫଟୋଟି ବର୍ତ୍ତମାନ ଭାଇରାଲ୍ ହେଉଛି। ଏହାକୁ କିଛି ଘଣ୍ଟା ମଧ୍ୟରେ ସୋଶାଲ୍‌ ମିଡିଆରେ ୪ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି। ତେବେ ଶିବାଙ୍ଗୀ-ମୋହସିନ୍‌ଙ୍କ ଏହି ମ୍ୟୁଜିକ୍ ଭିଡିଓର ନାଁ କ’ଣ,  ଗୀତର ବିଷୟବସ୍ତୁ କ’ଣ ହେବ, କିଏ ଏହି ଗୀତ ଗାଇବାକୁ ଯାଉଛନ୍ତି, ଏବଂ ଏହା କେଉଁଦିନ ରିଲିଜ୍ ହେବ ଏସବୁ ପ୍ରଶ୍ନର ଉତ୍ତର ସସପେନ୍ସ ରଖାଯାଇଛି।

 

The post ମ୍ୟୁଜିକ୍ ଭିଡିଓରେ ନଜର ଆସିବେ କାର୍ତ୍ତିକ-ନାଏରା appeared first on Odisha Reporter.



from Odisha Reporter https://ift.tt/3jZCj97

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages