ଗଞ୍ଜାମକୁ ଟପିଲା ଖୋର୍ଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ଗଞ୍ଜାମକୁ ଟପିଲା ଖୋର୍ଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହା ରେକର୍ଡ ସଂଖ୍ୟା ଛୁଇଁଛି। ୧୮୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଏହି ୧୮୩୩ ଜଣଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରୁ ୨୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ପ୍ରାୟ ଆଗରେ ରହୁଥିବା ଗଞ୍ଜାମ ଜିଲ୍ଲାରୁ ୨୭୯ ଜଣ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ଗଞ୍ଜାମ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୨୭୯ଟି ନୂଆ କେସ୍ ଆସିବା ପରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୫୯ ହୋଇଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୫,୮୨୮ରେ ପହଞ୍ଚି ଯାଇଛି। ଗଞ୍ଜାମର ୧୨,୩୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୮,୯୧୧ ସୁସ୍ଥ ହୋଇସାରିଥିବା ବେଳେ ୩,୩୧୭ ଚିକିତ୍ସାଧୀନ ଅଛନ୍ତି। ଏଠାରେ ୧୨୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆଉ ୮ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ବେଳେ ସେମାନେ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଥିବା ସରକାର କହିଛନ୍ତି।


ସେହିପରି ଖୋର୍ଦ୍ଧା ଜିଲ୍ଲାର ୫,୮୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୬୧୫ ସୁସ୍ଥ ହୋଇସାରିଥିବା ବେଳେ ୩,୧୭୫ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ କରୋନାରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୮ ଜଣ କରୋନା ଆକ୍ରାନ୍ତ ମଧ୍ୟ ଏହି ଜିଲ୍ଲାରେ ପ୍ରାଣ ହରାଇଛନ୍ତି। ତେବେ ଅନ୍ୟାନ୍ୟ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

The post ଗଞ୍ଜାମକୁ ଟପିଲା ଖୋର୍ଦ୍ଧା appeared first on Odisha Reporter.



from Odisha Reporter https://ift.tt/30A4fcd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages