ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ଜଣେ ଯୁବକ ଭାରସାମ୍ୟ ହରାଇ ଏକ ନିର୍ମାଣାଧୀନ ଡ୍ରେନ୍ରେ ଖସି ପଡ଼ିଥିଲେ। ଫଳରେ ଡ୍ରେନ୍ ନିର୍ମାଣ ପାଇଁ ଲାଗିଥିବା ଲୁହା ରଡ୍ ତାଙ୍କ ଛାତିରେ ପଶି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ଯୁବକ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ସାମନ୍ତ ରାୟ। ତାଙ୍କ ଘର ଲାଞ୍ଜିପଲ୍ଲୀ ତୋଟାସାହିରେ। ଆଜି ସକାଳେ ପୂର୍ଣ୍ଣଚନ୍ଦ୍ର ନିର୍ମାଣାଧୀନ ଡ୍ରେନ୍ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥଲେ।
ଡ୍ରେନ୍ଟିର ନିର୍ମାଣ ଚାଲିଥିବା ବେଳେ ଚାରିପଟେ ବ୍ୟାରିକେଡ୍ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଯୋଗ କରିଛନ୍ତି। ଏହାକୁ ନେଇ କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
The post ନିର୍ମାଣାଧୀନ ଡ୍ରେନ୍ରେ ଖସି ପଡ଼ିଲେ ଯୁବକ; ଛାତିରେ ପଶିଗଲା ଲୁହା ରଡ୍ appeared first on Odisha Reporter.
from Odisha Reporter https://ift.tt/3fAFRvj
No comments:
Post a Comment