ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ ଆରମ୍ଭ କଲେ ‘ରିଜର୍ଭ ବ୍ୟାଙ୍କ ଅଫ କୈଳାସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 22, 2020

ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ ଆରମ୍ଭ କଲେ ‘ରିଜର୍ଭ ବ୍ୟାଙ୍କ ଅଫ କୈଳାସ’

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ କରୋନା ଭାଇରସ ଯୋଗୁ ଦେଶରେ ଫିକା ପଡ଼ି ଯାଇଛି। ହେଲେ ଭାରତ ଠାରୁ ହଜାର ହଜାର କିମି ଦୂର ଇକ୍ୟୁଡରର ଗୋଟିଏ ଛୋଟିଆ ଦ୍ୱୀପପୁଞ୍ଜରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଆତ୍ମଘୋଷିତ ବାବା ତଥା ପଳାତକ ଓ ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦ ନିଜର ତଥାକଥିତ କୈଳାସ ଦେଶରେ ଆଜି ରିଜର୍ଭ ବ୍ୟାଙ୍କ ଅଫ କୈଳାସର ଶୁଭାରମ୍ଭ କରିଛନ୍ତି।

ସେ ନିଜର ଅନୁଗାମୀଙ୍କ ସହ ଏହାକୁ ସେଲିବ୍ରେସନ ମଧ୍ୟ କରିଥିବା ଜଣାପଡ଼ିଛି। କୈଳାସ ହେଉଛି ନିତ୍ୟାନନ୍ଦଙ୍କ ତଥାକଥିତ ଦେଶ। ଯେଉଁଠାରେ ସେ ନିଜକୁ ନିଜେ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି। ଭାରତରେ ନିତ୍ୟାନନ୍ଦଙ୍କ ନାଁରେ ପ୍ରାୟ ୫୦ଟି କୋର୍ଟରେ ଶୁଣାଣି ପଡ଼ି ରହିଛି। ତେବେ ସେ ନଭେମ୍ବର ମାସରୁ ଭାରତ ଛାଡ଼ି ଫେରାର ହୋଇଯାଇଛନ୍ତି।

କୈଳାସର ପ୍ରକୃତ ଠିକଣା କାହା ପାଖରେ ନାହିଁ। କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ଇକ୍ୟୁଡୋରର ପାର୍ଶ୍ୱବର୍ତ୍ତୀ ଏକ ଛୋଟିଆ ଦ୍ୱୀପକୁ ନିତ୍ୟାନନ୍ଦ କିଣି ଏହାକୁ ନିଜର କୈଳାସ ଦେଶ ଭାବେ ନାମିତ କରିଛନ୍ତି। ତେବେ ଇକ୍ୟୁଡୋର ସରକାର ନିତ୍ୟାନନ୍ଦ କୌଣସି ଦ୍ୱୀପପୁଞ୍ଜ ତାଙ୍କ ଠାରୁ କିଣି ନଥିବା କହିଛନ୍ତି।

www.kailaasa.orgର ତଥ୍ୟ ଅନୁଯାୟୀ, ନିଜ ଦେଶରେ ହିନ୍ଦୁ ଧର୍ମ ଅନୁସାରେ ପୂଜାପାଠ କରିବାରୁ ବଞ୍ଚିତ କିଛି ଲୋକ ଏହାକୁ ଗଠନ କରିଛନ୍ତି। ଏଠାରେ ସେମାନେ ନିତ୍ୟାନନ୍ଦଙ୍କୁ ଭଗବାନର ଆଖ୍ୟା ଦେଇଛନ୍ତି।

୩ଦିନ ତଳେ ନିତ୍ୟାନନ୍ଦ ଗୋଟିଏ ଭିଡିଓ ଜାରି କରି ଗଣେଶ ଚର୍ତୁଥୀରେ ରିଜର୍ଭ ବ୍ୟାଙ୍କ ଅଫ କୈଳାସ ଓ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରିବେ ବୋଲି ଘୋଷଣା କରିଥିଲେ। ଆଜି ଘୋଷଣା ଅନୁଯାୟୀ, ସେ ଏହାର ଶୁଭରାମ୍ଭ କରିଛନ୍ତି। ନିଜ ଦେଶର ଅର୍ଥନୀତିକ ପଲିସି ପାଇଁ ସେ ୩୦୦ ପୃଷ୍ଠାର ଯୋଜନା ପ୍ରସ୍ତୁତ କରିଛନ୍ତି।

ଏହାକୁ ଭାଟିକାନ ବ୍ୟାଙ୍କ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ କୈଳାସ ପାଇଁ ନିତ୍ୟାନନ୍ଦ ଓ ତାଙ୍କ ଟିମ ଗୋଟିଏ ଦେଶ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ତେବେ ଏହି ଦେଶର ନାଁ ସାର୍ବଜନୀନ ହୋଇନାହିଁ।

ନିତ୍ୟାନନ୍ଦଙ୍କ କୈଳାସ ଗଠନ ପଛରେ ମୁଖ୍ୟ କାରଣ ହେଉଛି ହିନ୍ଦୁ ଧର୍ମ। ସେ ହିନ୍ଦୁ ଧର୍ମ ସବୁଠାରୁ ମହାନ ବୋଲି ପ୍ରମାଣିତ କରିବା ପାଇଁ ଏଭଳି ଦେଶ ଗଠନ କରିଛନ୍ତି। ସେ କୈଳାସକୁ ଗ୍ରେଟେଷ୍ଟ ହିନ୍ଦୁ ନେଶନ ବୋଲି ବି କହିଛନ୍ତି।

ୱେବସାଇଟ ଅନୁଯାୟୀ, କୈଳାସ ହେଉଛି ଏକ ଇ-ନେଶନ। ଯେଉଁଠାରେ ୧୦୦ ମିଲିୟନ ଲୋକ ରହିଛନ୍ତି। ଏଠାରେ ୩ଟି ଭାଷା-ଇଂରାଜୀ, ସଂସ୍କୃତ ଓ ହିନ୍ଦୀ ଭାଷାର ପ୍ରଚଳନ ହୋଇଛି। ଏହି ଦେଶରେ ଧର୍ମ ହେଉଛି ହିନ୍ଦୁ ବା ସନାତନ ଧର୍ମ।

କୈଳାସର ସ୍ୱତନ୍ତ୍ର ଜାତୀୟ ପତାକା, ଚକ୍ର ରହିଛି। ଏଠାକାର ଜାତୀୟ ପଶୁ ହେଉଛି ନନ୍ଦି ଓ ଜାତୀୟ ଫୁଲ ହେଉଛି ପଦ୍ମ। ହିନ୍ଦୁ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ପାଇଁ ଏହି ଦେଶ ଗଠନ କରାଯାଇଥିବା ଦାବି କରାଯାଇଛି।

ନିତ୍ୟାନନ୍ଦ ପ୍ରତିଷ୍ଠା କରିଥିବା ଦେଶରେ ଗୋଟିଏ ମନ୍ତ୍ରଣାଳୟ ଓ ୧୬ଟି ବିଭାଗ ରହିଛି। ଏହା ମଧ୍ୟରେ Ministry of Sovereign: Responsible for international relations; Department(s) of state, commerce, housing, treasury, human services, education, enlightened civilisation, information broadcasting, health, Vedic science and technology, global communications, religion and worship, agriculture, environment and animals, national archives, and interior ମନ୍ତ୍ରଣାଳୟ ରହିଛି।

କୈଳାସରେ ଏକାଧିକ ବିଶ୍ୱବିଦ୍ୟାଳୟ ଓ ଗଣମାଧ୍ୟମ ରହିଛି। ଇ- ପାସପୋର୍ଟର ବ୍ୟବସ୍ଥା ମଧ୍ୟ ଏଠାରେ କରାଯାଇଛି। କୈଳାସରେ ଲୋକଙ୍କୁ ବିଶ୍ୱସ୍ତରୀୟ ସୁବିଧା ମିଳିବ ବୋଲି ନିତ୍ୟାନନ୍ଦ ଦାବି କରିଛନ୍ତି।

The post ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ ଆରମ୍ଭ କଲେ ‘ରିଜର୍ଭ ବ୍ୟାଙ୍କ ଅଫ କୈଳାସ’ appeared first on Odisha Reporter.



from Odisha Reporter https://ift.tt/2CPJAb5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages