ଏହି ଦେଶରେ ରହିଛି ଗଣେଶଙ୍କର ସବୁଠୁ ବଡ଼ ମୂର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 22, 2020

ଏହି ଦେଶରେ ରହିଛି ଗଣେଶଙ୍କର ସବୁଠୁ ବଡ଼ ମୂର୍ତ୍ତି

ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ଚତୁର୍ଥୀ। ବିଘ୍ନନାସକଙ୍କ ଆରାଧନା କରୁଛି ପୂରା ଦେଶ। ଭାରତ ସହିତ ବାହାର ଦେଶରେ ମଧ୍ୟ ଗଣେଶଙ୍କର ଅନେକ ଉପାସକ ଅଛନ୍ତି। ଗଣେଶ ଚତୁର୍ଥୀ ଦିନ ଭାରତ ସମେତ ଅନେକ ଦେଶରେ ଗଣେଶଙ୍କ ପୂଜା କରାଯାଏ। ଏମିତି ଅନେକ ଦେଶ ରହିଛି ଯେଉଁଠି ଗଣେଶଙ୍କର ବଡ଼ବଡ଼ ପ୍ରତିମା ମାନ ସ୍ଥାନ ପାଇଛି। ଥାଇଲ୍ୟାଣ୍ଡର ଚାଚେଂଗ୍‌ସୋର ୱାଟ୍‌ ଫ୍ରୋଙ୍ଗ ଆକ୍ଟଠାରେ ୧୬୦ଫୁଟ୍‌ର ଏକ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ମୂର୍ତ୍ତିଟି ଗୋଲାପି ରଙ୍ଗର। ଏଥିରେ ପ୍ରଭୁ ଗଣେଶ ବସିଥିବା ଅବସ୍ଥାରେ ରହିଛନ୍ତି। ଥାଇଲ୍ୟାଣ୍ଡର ଲୋକମାନେ ପ୍ରଭୁ ଗଣେଶଙ୍କର ପୂଜାର୍ଚ୍ଚନା ବେଶ୍‌ ଧୁମ୍‌ଧାମ୍‌ରେ କରନ୍ତି।

ସେହିପରି ଥାଇଲ୍ୟାଣ୍ଡରେ ବ୍ରୋଞ୍ଜରେ ତିଆରି ଗଣେଶଙ୍କର ଆଉ ଏକ ମୂର୍ତ୍ତି ଖୋଲଙ୍ଗ ଖୁଇନ୍‌ରେ ଥିବା ଗଣେଶ ଇଣ୍ଟରନ୍ୟାସନାଲ୍‌ ପାର୍କ ଚାଚେଂଗ୍‌ସୋରେ ରହିଛି। ଏହି ମୂର୍ତ୍ତିର ଉଚ୍ଚତା ରହିଛି ୧୨୮ଫୁଟ୍‌। ଏହି ପ୍ରତିମାକୁ ଥାଇ ରାଜକୁମାରୀ ସ୍ଥାପିତ କରିଥିବା କୁହାଯାଏ।

ସେଠାକାର ବୌଦ୍ଧ ଧର୍ମର ଲୋକମାନେ ବଡ଼ ଆନନ୍ଦର ସହ ଗଣେଶ ଚତୁର୍ଥୀରେ ଗଣେଶଙ୍କର ପୂଜାପାଠ କରନ୍ତି। ଏଥିସହ ପର୍ଯ୍ୟଟକମାନେ ମଧ୍ୟ ଏହି ପ୍ରତିମାକୁ ଦେଖିବାକୁ ଏଠାକୁ ଆସନ୍ତି। ଗଣେଶଙ୍କୁ ଥାଇଲ୍ୟାଣ୍ଡରେ ‘ଫିରା ଫେକାନେଟ୍‌’ ନାଁରେ ଡକାଯାଏ।

ସେହିପରି ଭାରତରେ ମହାରାଷ୍ଟ୍ର କୋହ୍ଲାପୁରରେ ୮୫ ଫୁଟ୍‌ ଉଚ୍ଚ ଏକ ଗଣେଶ ମୂର୍ତ୍ତି  ସ୍ଥାପନ କରାଯାଇଛି। ଚିନ୍ମୟ ସନ୍ଦୀପନି ଆଶ୍ରମରେ ଏହି ମୂର୍ତ୍ତିଟି ସ୍ଥାପନ ହୋଇଛି। ଏହି ବିଶାଳ ପ୍ରଭୁ ଗଣେଶଙ୍କ ମୂର୍ତ୍ତିର ମୁଣ୍ଡରେ ୬ଟି ସାପ ରହିଛି।

 

 

The post ଏହି ଦେଶରେ ରହିଛି ଗଣେଶଙ୍କର ସବୁଠୁ ବଡ଼ ମୂର୍ତ୍ତି appeared first on Odisha Reporter.



from Odisha Reporter https://ift.tt/32gso7i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages