ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି। ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରା ଆଜି ମୁଖ ମଣ୍ଡଳରେ ସୁବର୍ଣ୍ଣ ରେଖା ପରିଧାନ କରିବେ।
ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଠାକୁରମାନଙ୍କର ରାହୁ ରେଖା ଲାଗି ହୋଇଥାଏ। ବିଗ୍ରହମାନଙ୍କ ଶ୍ରୀ ମୁଖର ଚତୁପାର୍ଶ୍ୱରେ ସ୍ପର୍ଶ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା କୁହାଯାଏ। ଭୋଗ ମଣ୍ଡପ ନୀତି ବଢିବା ପରେ ପାଳିଆ ପ୍ରତିହାରି ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି। ଏହାପରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହୋଇଥାଏ।
The post ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି appeared first on Odisha Reporter.
from Odisha Reporter https://ift.tt/33CaWMM
No comments:
Post a Comment