ଆଜିଠୁ ଗଞ୍ଜାମରେ ପୁଣି ହେଲଥ ସ୍କ୍ରିନିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 8, 2020

ଆଜିଠୁ ଗଞ୍ଜାମରେ ପୁଣି ହେଲଥ ସ୍କ୍ରିନିଂ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହୋଇଛି ପଞ୍ଚମ ପର୍ଯ୍ୟାୟ ହେଲ୍‌ଥ ସ୍କ୍ରିନିଂ। ବିଶେଷ କରି ସହରାଞ୍ଚଳରେ ସଂକ୍ରମଣ ଅଧିକ ହେଉଥିବାରୁ ଜିଲ୍ଲାପାଳ ପୁଣି ଥରେ ହେଲ୍‌ଥ ସ୍କ୍ରିନିଂ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ହେଲ୍‌ଥ ସ୍କ୍ରିନିଂ କରାଯାଇଛି। ଏଥିରେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ସେନେଇ ଲକ୍ଷଣ ଯାଞ୍ଚ କରିଥିଲେ ଡାକ୍ତରୀ ଟିମ୍। ଏଥର ମଧ୍ୟ ୨୦୦ ଡାକ୍ତର ହେଲ୍‌ଥ ସ୍କ୍ରିନିଂରେ ସାମିଲ ହୋଇଛନ୍ତି। ୫୦ ଜଣ ଡାକ୍ତର କେବଳ ବ୍ରହ୍ମପୁର ସହରରେ ନିୟୋଜିତ ହୋଇଛନ୍ତି। ଅନ୍ୟ ୧୫୦ ଜଣ ଡାକ୍ତର ଗଞ୍ଜାମ ଜିଲ୍ଲାର ଅନ୍ୟ ସହରାଞ୍ଚଳ ଗୁଡ଼ିକରେ ଘର ଘର ବୁଲି ହେଲ୍‌ଥ ସ୍କ୍ରିନିଂ କରୁଛନ୍ତି। ଯେଉଁ ଲୋକଙ୍କ ଠାରେ ଲକ୍ଷଣ ଦେଖାଦେବ, ସେମାନଙ୍କୁ କୋଭିଡ଼ ପରୀକ୍ଷା କରିବାକୁ ଡାକ୍ତରୀ ଟିମ୍ ନିର୍ଦ୍ଦେଶ ଦେବେ। ଏହି ଯାଞ୍ଚ ୪ ଦିନ ଧରି ଚାଲିବ।

ଗତ ଥର ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ବହୁ ଡାକ୍ତରୀ ଟିମ୍ ଅକ୍ସି ମିଟର ନ ଧରି କେବଳ ତାପମାତ୍ରା ଯାଞ୍ଚ କରି କାମ ସାରିଦେଉଥିବା ଅଭିଯୋଗ ହୋଇଥିଲା। ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ସମସ୍ତ ଡାକ୍ତର କଡ଼ାକଡ଼ି ଭାବେ ଅକ୍ସି ମିଟରରେ ଯାଞ୍ଚ କରିବେ। ଜିଲ୍ଲାରେ ଅକ୍ସି ମିଟରର ଅଭାବ ନାହିଁ।

The post ଆଜିଠୁ ଗଞ୍ଜାମରେ ପୁଣି ହେଲଥ ସ୍କ୍ରିନିଂ appeared first on Odisha Reporter.



from Odisha Reporter https://ift.tt/3gFNsdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages