ନୀଳଗିରି(ବିଶ୍ୱମ୍ବର ଦାସ): ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ୍। ଅଭିଯୁକ୍ତକୁ ଧରିବା ପାଇଁ ରାତି ସାରା ଗାଁରେ ଅଟକି ରହିଛି ପୁଲିସ୍ ।ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନିଛନ୍ଦପୁର ଗାଁରେ।
ମିଳିଥିବା ସୂଚନା ଅନୁସାରେ, ନିଛନ୍ଦପୁର ଗାଁରେ ଗତକାଲି ରାତିରେ ରାଜା ଦଳେଇ ନାମକ ଯୁବକ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳିଗୁଲଜ କରୁଥିଲା। ଗୌରାଙ୍ଗ ପାତ୍ର ନାମକ ଗାଁର ଜଣେ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ରାଜା ତାଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇଥିଲା। ଏହାପରେ ନୀଳଗିରି ପୁଲିସ୍ ଖବର ପାଇ ଅଭିଯୁକ୍ତକୁ ଧରିବା ପାଇଁ ଗାଁରେ ପହଞ୍ଚିଥିଲା।
ଗ୍ରାମବାସୀ କିନ୍ତୁ ଅଭିଯୁକ୍ତକୁ ପୁଲିସ୍ ଜିମା ଦେବାକୁ ରାଜି ହୋଇନଥିଲେ। ଗାଁ ଘଟଣା ଗାଁରେ ସମାଧାନ ହେବ ବୋଲି ଅଡ଼ି ବସିଥିଲେ। ଗାଁରେ ପ୍ରଜାକୋର୍ଟ କରି ଅଭିଯୁକ୍ତକୁ ଦଣ୍ଡ ଦେବେ ବୋଲି ଗାଁ ଲୋକେ ଜିଦ ଧରିଥିଲେ। ପୁଲିସ୍ ମଧ୍ୟ ଅଭିଯୁକ୍ତକୁ ଛାଡ଼ି ଆସିନଥିଲା। ରାତିସାରା ଗାଁରେ ଅଭିଯୁକ୍ତକୁ ଆଣିବାକୁ ଜଗି ରହିଥିଲା।
ତେବେ ଏହି ଘଟଣାକୁ ନେଇ ଆଜି ସକାଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଅଭିଯୁକ୍ତକୁ ନ ଛାଡ଼ିବା ଦାବିରେ ନୀଳଗିରି ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍ ମଧ୍ୟ ଲୋକଙ୍କୁ ବୁଝାସୁଝା କରୁଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ଗୋଟିଏ ଫୋର୍ସ ମୁତୟନ କରାଯାଇଛି।
The post ଅଭିଯୁକ୍ତକୁ ଧରିବାକୁ ଯାଇ ପୁଲିସ୍ ହଟହଟା appeared first on Odisha Reporter.
from Odisha Reporter https://ift.tt/2DMsmeZ
No comments:
Post a Comment