ବେଙ୍ଗାଲୁର: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ହିରିୟୁର ନିକଟ ଜାତୀୟ ରାଜପଥରେ ଆଜି ଭୋରରୁ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି। ଚଳନ୍ତା ବସ୍ରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ୫ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି। ଏହି ଅଗ୍ନିକାଣ୍ଡରେ ୨୭ ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ବସ୍ଟି ବିଜୟପୁରାରୁ ବେଙ୍ଗାଲୁର ଅଭିମୁଖେ ଯାଉଥିବା ବେଳେ ହିରିୟୁର ନିକଟ ଜାତୀୟ ରାଜପଥରେ ଆଜି ଭୋରରୁ ଏହି ଅଗ୍ନିକାଣ୍ଡ ଘଟିଛି। ବସ୍ରେ କିଛି ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଆଖି ପିଛୁଳାକେ ସମଗ୍ର ବସ୍କୁ ନିଆଁ ବ୍ୟାପି ଯାଇଥିଲା।
ଖବର ପାଇ ହିରିୟୁର ଏସ୍ପି ଘଟଣାସ୍ଥଳ ପରିଦର୍ଶନ କରି ଗୁରୁତରମାନଙ୍କୁ ମେଡିକାଲ ସ୍ଥାନାନ୍ତର କରିଛନ୍ତି। ହିରିୟୁର ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଚଳନ୍ତା ବସ୍ରେ ଲାଗିଲା ନିଆଁ appeared first on Odisha Reporter.
from Odisha Reporter https://ift.tt/2PJ9XCr
No comments:
Post a Comment