ରାତି ପାହିଲେ ନୂଆଖାଇ, ସାଧାରଣ ଲୋକଙ୍କୁ ମା’ ସମଲେଶ୍ୱରୀ ମନ୍ଦିର ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 22, 2020

ରାତି ପାହିଲେ ନୂଆଖାଇ, ସାଧାରଣ ଲୋକଙ୍କୁ ମା’ ସମଲେଶ୍ୱରୀ ମନ୍ଦିର ମନା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ନୂଆଖାଇ । ହେଲେ ତା’ ପୂର୍ବରୁ ଆଜି ପାଳନ ହୋଇଛି ପାହୁର ଯାତ୍ରା । ନୂଆଖାଇ ପୂର୍ବଦିନ ପାଳନ ହୋଇଥାଏ ଏହି ଯାତ୍ରା । ଏହି ଅବସରରେ ନୂଆଖାଇ ପାଇଁ  ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରାରେ ସବୁ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ  ।

ଆସନ୍ତା କାଲି ନୂଆଖାଇ ଅବସରରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ ଭୋଗ । ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ଲାଗି କରାଯିବା ପରେ ପରିବାର ସଦସ୍ୟ ଏକାଠି ହୋଇ ନୂଆ ଖାଇଥାନ୍ତି।

 

ଚଳିତ ବର୍ଷ କିନ୍ତୁ କରୋନା କଟକଣା ଭିତରେ ପାଳିତ ହେବ ନୂଆଖାଇ ପର୍ବ। କୋଭିଡ କଟକଣା ପାଇଁ ଚଳିତବର୍ଷ କେବଳ ସେବାୟତମାନେ ପୂଜା କରିବେ । ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନାହିଁ । ସେପଟେ ଭକ୍ତଙ୍କୁ ମନ୍ଦିର ମନା ହୋଇଥିବା ବେଳେ କିଭଳି ସେମାନେ ମା’ଙ୍କ ପାଖରେ ନବାନ୍ନ ଲାଗି କରାଯିବା ଦୃଶ୍ୟ ଦେଖିପାରିବେ, ତାହାର ଲାଇଭ କରାଯିବାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଉଛି।

The post ରାତି ପାହିଲେ ନୂଆଖାଇ, ସାଧାରଣ ଲୋକଙ୍କୁ ମା’ ସମଲେଶ୍ୱରୀ ମନ୍ଦିର ମନା appeared first on Odisha Reporter.



from Odisha Reporter https://ift.tt/34ns09N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages