‘ଗଡ଼ୁନି ବସ୍‌, ବର୍ଷେ ପର୍ଯ୍ୟନ୍ତ ଋଣ ଆଦାୟ ବନ୍ଦ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

‘ଗଡ଼ୁନି ବସ୍‌, ବର୍ଷେ ପର୍ଯ୍ୟନ୍ତ ଋଣ ଆଦାୟ ବନ୍ଦ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ରାଜ୍ୟରେ ପ୍ରବେଶ କରିବା ଦିନଠୁ ଜୀବନ ଅପେକ୍ଷା ଅଧିକ ଜୀବିକା ଛଡ଼ାଇ ନେଇଛି। ୬ ମାସ ହେଲା ରାଜ୍ୟରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏବେ ମାତ୍ର ୪ ପ୍ରତିଶତ ବସ୍‌ ଚଳାଚଳ କରୁଥିବା ବେଳେ ସେଥିରେ ମଧ୍ୟ ଯାତ୍ରୀ ହେଉ ନାହାନ୍ତି। ତେଣୁ ବସ୍‌ ମାଲିକଙ୍କ ସମେତ କର୍ମଚାରୀମାନେ ବହୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଏପରି ସ୍ଥିତିରେ ବର୍ଷେ ପର୍ଯ୍ୟନ୍ତ ଋଣ ଏବଂ ସୁଧ ଟଙ୍କା ଆଦାୟ ନ କରିବାକୁ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛି ଘରୋଇ ବସ୍ ମାଲିକ ସଂଘ।

ବସ୍ ମାଲିକଙ୍କ ଋଣ ଏବଂ ସୁଧ ଟଙ୍କା ବର୍ଷେ ଯାଏଁ ଆଦାୟ ନ କରିବାକୁ ଚିଠିରେ ଅନୁରୋଧ କରିଛି ଘରୋଇ ବସ୍ ମାଲିକ ସଂଘ। ଏ ନେଇ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନିଆ ନ ଗଲେ ବସ୍‌ ମାଲିକମାନେ ଋଣ ଶୁଝି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀର ପାଦ୍ରୁଭାବ ଆରମ୍ଭ ହେବା ଦିନଠୁ ରାଜ୍ୟରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବା ବେଳେ ଗମନାଗମନ ପୂରା ଠପ୍‌ ହୋଇଯାଇଛି। ଏପରି ସ୍ଥିତିରେ ମାର୍ଚ୍ଚ ମାସରୁ ବନ୍ଦ ରହିଛି ବସ୍ ଚଳାଚଳ। ଏବେ ମାତ୍ର ହାତ ଗଣତି କେତୋଟି ବସ୍ ଚାଲୁଛି, ସେଥିରେ ବି ଲୋକ ହେଉ ନାହାନ୍ତି । ଏଭଳି ସ୍ଥିତିରେ ବସ୍ ମାଲିକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

ରାଜ୍ୟରେ ଏବେ  ପ୍ରାୟ ୧୪ ହଜାର ବସ୍‌ ଗଡ଼ୁ ନ ଥିବା ବେଳେ ୫୬ ହଜାର କର୍ମଚାରୀ ଘରେ ବସିଛନ୍ତି। ମାଲିକଙ୍କ ପାଖରେ ମଧ୍ୟ ଅର୍ଥର ଅଭାବ ରହିଛି। ବସ୍ ଚଳାଇବାକୁ ହେଲେ ମାଲିକମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଯେପର୍ଯ୍ୟନ୍ତ ଗାଡ଼ି ଚଳାଚଳ ନହୋଇଛି ସେ ପର୍ଯ୍ୟନ୍ତ ସୁଧ ଏବଂ ମୂଳ ଆଦାୟ ନ କରିବାକୁ ରିଜର୍ଭ ବ୍ୟାଙ୍କ୍ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି। ଏ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ର ସରକାର କିମ୍ବା ରିଜର୍ଭ ବ୍ୟାଙ୍କକୁ ମଧ୍ୟ ଏ ସଂପର୍କରେ ଜଣାଇବାକୁ ବସ୍ ମାଲିକ ସଂଘ ଦାବି କରିଛି।

ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, “ଲକ୍‌ଡାଉନ୍‌ ଆରମ୍ଭ ହେବା ଦିନଠୁ ଗାଡ଼ି ଚଳାଚଳ କରିପାରୁନି ।  ମୋଟ ବସ୍‌ର ୪ ପ୍ରତିଶତ  ବି  ରାସ୍ତାରେ ଗଡ଼ୁନି। ଯେଉଁ ବସ୍‌ ବି ଚଳାଚଳ କରୁଛି, ସେଥିରେ ଲୋକ ହେଉ ନାହାନ୍ତି। କର୍ମଚାରୀ ଖାଇବାକୁ ନ ପାଇ ଘରେ ବସିଛନ୍ତି।  ମାଲିକଙ୍କ ଅବସ୍ଥା ମଧ୍ୟ ଶୋଚନୀୟ। ଏ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛୁ। ତେଣୁ ସୁଧ, ମୂଳ ଆଦାୟ ବର୍ଷେ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଦାବି କରିଛୁ।”

The post ‘ଗଡ଼ୁନି ବସ୍‌, ବର୍ଷେ ପର୍ଯ୍ୟନ୍ତ ଋଣ ଆଦାୟ ବନ୍ଦ କର’ appeared first on Odisha Reporter.



from Odisha Reporter https://ift.tt/3j8AmpK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages