ମୁମ୍ବାଇ: ‘ଦ କପିଲ ଶର୍ମା ଶୋ’କୁ ବୟକଟ କରିବାକୁ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ମାନେ ଅନୁରୋଧ କରିଛନ୍ତି। ସୋମବାର ‘ଜଷ୍ଟିସ୍ ଫର୍ ସୁଶାନ୍ତ ସିଂହ ରାଜପୁତ’ ନାଁରେ ଥିବା ଏକ ଗ୍ରୁପ୍ ଫେସ୍ବୁକ୍ରେ ଏନେଇ ଏକ ପୋଷ୍ଟ୍ କରିଛି। ଏଥିରେ ଏହି ଗ୍ରୁପ୍ର ସମସ୍ତ ସଦସ୍ୟଙ୍କୁ ‘ଦ କପିଲ ଶର୍ମା ଶୋ’କୁ ସଂପୂର୍ଣ୍ଣ ବୟକଟ କରିବାକୁ କୁହାଯାଇଛି।
ଏଥିରେ ସେମାନଙ୍କ ଉଦ୍ଦେଶ୍ୟରେ ଆହୁରି ଲେଖାଯାଇଛି ଯେ ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ସଲ୍ମାନ୍ ଖାନ୍ ହେଉଛନ୍ତି ‘ଦ କପିଲ ଶର୍ମା ଶୋ’ର ଅନ୍ୟତମ ପ୍ରଯୋଜକ। ଆମେ ତାଙ୍କୁ ସବୁ ଜିନିଷରେ ବୟକଟ କରିବା। କେବଳ ତାଙ୍କ ଫିଲ୍ମକୁ ନୁହେଁ, ପ୍ରତି କ୍ଷେତ୍ରରେ ତାଙ୍କୁ ବୟକଟ କରିବା। ତେଣୁ ବର୍ତ୍ତମାନ ଠାରୁ ଦ କପିଲ ଶର୍ମା ଶୋ’କୁ ମଧ୍ୟ ବୟକଟ କରନ୍ତୁ। ସଂପୂର୍ଣ୍ଣ ବୟକଟ କରନ୍ତୁ।
‘ଜଷ୍ଟିସ୍ ଫର୍ ସୁଶାନ୍ତ ସିଂହ ରାଜପୁତ’ ନାଁରେ ଥିବା ଏହି ଗ୍ରୁପ୍ରେ ଏବେ ୯୧ ହଜାର ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ସଦସ୍ୟ ଏହି ପୋଷ୍ଟକୁ ଲାଇକ୍ କରିବା ସହିତ ଶେଆର କରିଛନ୍ତି। ଏହା ସହିତ ‘ଦ କପିଲ ଶର୍ମା ଶୋ’କୁ ବୟକଟ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ୟା ଭିତରେ ଟ୍ୱିଟରରେ ମଧ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ଅନେକ ଫ୍ୟାନ୍ ‘ଦ କପିଲ ଶର୍ମା ଶୋ’କୁ ବୟକଟ କରିବାକୁ ଅନୁରୋଧ କରିଛନ୍ତି। ଏହି ପୋଷ୍ଟ ଗୁଡ଼ିକରେ ସେମାନେ #BoycottKapilSharmaShow ଓ#BoycottTheKapilSharmaShow ହାସ୍ଟ୍ୟାଗ୍ ବ୍ୟବହାର କରୁଛନ୍ତି।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ଚାଲିଥିବା ନେପୋଟିଜମ୍କୁ ନେଇ ପୁଣି ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ଖୁବ୍ ସମାଲୋଚନା କରାଯାଉଛି। ଆଉ ନେପୋଟିଜମ୍ ନେଇ ଯେଉଁ ବଲିଉଡ୍ ଅଭିନେତା, ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କୁ ସମାଲୋଚନା କରାଯାଉଛି, ସେମାନଙ୍କ ମଧ୍ୟରେ ସଲ୍ମାନ୍ ଖାନ୍ ମଧ୍ୟ ରହିଛନ୍ତି। ସୁଶାନ୍ତ ଏହି ନେପୋଟିଜମ୍ର ଶିକାର ହୋଇଥିବା ତାଙ୍କ ଫ୍ୟାନ୍ମାନେ ଦାବି କରି ଆସୁଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଏବେ ସିବିଆଇ କରୁଛି।
The post ‘ଦ କପିଲ୍ ଶର୍ମା ଶୋ’କୁ ସଂପୂର୍ଣ୍ଣ ବୟକଟ କରନ୍ତୁ’ appeared first on Odisha Reporter.
from Odisha Reporter https://ift.tt/3j8Aqpu
No comments:
Post a Comment