ଶୁଣୁନି ପ୍ରଶାସନ, ରାସ୍ତା ପାଇଁ ରାସ୍ତାରୋକ କଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ଶୁଣୁନି ପ୍ରଶାସନ, ରାସ୍ତା ପାଇଁ ରାସ୍ତାରୋକ କଲେ ଲୋକେ

ବଣାଇ(ରଞ୍ଜିତ ଚୌଧୁରୀ): ଦୀର୍ଘ ଦିନ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଛି ରାସ୍ତା। ଛୋଟ ବଡ଼ ଦୁର୍ଘଟଣା ଘଟି ସବୁ ଦିନ ଧନ ଜୀବନ ହାନୀ ହେଉଛି। ଏହାସତ୍ତ୍ୱେ ଶୁଣୁନି ପ୍ରଶାସନ। ଶେଷରେ ଅତିଷ୍ଠ ହୋଇ ରାସ୍ତା ପାଇଁ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ରାସ୍ତା ନିର୍ମାଣ ଦାବିରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ବରସୁଆଁଠାରେ ଗ୍ରାମ କମିଟି ପକ୍ଷରୁ ଶହ ଶହ ଲୋକ ରାସ୍ତା ଅବରୋଧ କରିଛନ୍ତି । ଏହି ଅଞ୍ଚଳରେ ଦୈନିକ ଶହ ଶହ ଟ୍ରକ ଲୁହା ପଥର ନେଇ ଯାଆସ କରୁଛି।  ତେଣୁ ବରସୁଆଁ ବିଶ୍ରା ମୁଣ୍ଡାଛକଠାରୁ ବାଙ୍କା ବଜାର ପର୍ଯ୍ୟନ୍ତ  PWD ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି ।

ଏନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, PWD ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏଥିରେ ଅତିଷ୍ଠ ହୋଇ ବରସୁଆଁ ଗ୍ରାମ କମିଟି ପକ୍ଷରୁ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ନୂଆ ରାସ୍ତା ନିର୍ମାଣ ଲାଗି ସରକାରୀସ୍ତରରେ ଲିଖିତ ପ୍ରତିଶ୍ରୁତି  ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସେପଟେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

The post ଶୁଣୁନି ପ୍ରଶାସନ, ରାସ୍ତା ପାଇଁ ରାସ୍ତାରୋକ କଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/31o8Gas

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages