ବ୍ରାସିଲିଆ: ଜଣେ ସାମ୍ବାଦିକଙ୍କୁ ମୁଥା ମାରିବାକୁ ଧମକ ଦେଇ ଚର୍ଚ୍ଚାରେ ରହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ। ପତ୍ନୀ ମିଶେଲ୍ ବୋଲସୋନାରୋଙ୍କ ଉପରେ ପଚରା ଯାଇଥିବା ଏକ ପ୍ରଶ୍ନକୁ ନେଇ ସେ ଉକ୍ତ ସାମ୍ବାଦିକଙ୍କ ଉପରେ ରାଗି ଯାଇ ଏଭଳି ଧମକ ଦେଇଥିଲେ।
ମିଶେଲଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ତାଙ୍କ ପୁଅର ଜଣେ ସହଯୋଗୀ ୯ ଲକ୍ଷ ୫୦ ହଜାର ଟଙ୍କା ଜମା କରିଥିଲେ। ଏନେଇ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଓ ଏହାକୁ ନେଇ ବିବାଦ ମଧ୍ୟ ଚାଲିଥିଲା। ଆଉ ଏଭଳି ସ୍ଥିତିରେ ଯେତେବେଳେ ସାମ୍ବାଦିକ ଜଣଙ୍କ ରାଷ୍ଟ୍ରପତିଙ୍କୁ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରାଯାଇଥିବା ଏହି ଅର୍ଥ ସମ୍ପର୍କରେ ପଚାରି ଦେଲେ ସେ ରାଗି ଯାଇଥିଲେ।
ରାଷ୍ଟ୍ରପତି ଜୈର ବୋଲସୋନାରୋ ରାଗିଯାଇ ତାଙ୍କୁ କହିଥିଲେ,“ମୁଁ ତୁମ ମୁହଁରେ ମୁଥା ମାରିବା ପାଇଁ ଚାହୁଁଛି।” ଏହା ପରେ ଉକ୍ତ ସାମ୍ବାଦିକ କାମ କରୁଥିବା ଖବରକାଗଜ ସଂସ୍ଥା ପକ୍ଷରୁ ରାଷ୍ଟ୍ରପତିଙ୍କ ବ୍ୟବହାରକୁ ନିନ୍ଦା କରାଯାଇ ଏକ ବୟାନ ଜାରି କରାଯାଇଛି।
ଏହି ଖବରକାଗଜ ପକ୍ଷରୁ କୁହାଯାଇଛି ଯେ ତାଙ୍କ ସାମ୍ବାଦିକ କେବଳ ନିଜ କାମ କରିଥିଲେ। କିନ୍ତୁ ରାଷ୍ଟ୍ରପତି ଯେଉଁ ବ୍ୟବହାର ପ୍ରଦର୍ଶନ କଲେ, ସେଥିରୁ ଏହା ପ୍ରମାଣିତ ହେଉଛି ଯେ ସେ ଲୋକଙ୍କ ସେବକ ହିସାବରେ ନିଜ ଦାୟିତ୍ୱକୁ ବୁଝିପାରି ନାହାନ୍ତି।
The post ପତ୍ନୀଙ୍କ ଉପରେ ପ୍ରଶ୍ନ ଶୁଣି ରାଗିଗଲେ ବ୍ରାଜିଲ ରାଷ୍ଟ୍ରପତି, ସାମ୍ବାଦିକଙ୍କୁ ମୁଥା ମାରିବାକୁ ଦେଲେ ଧମକ appeared first on Odisha Reporter.
from Odisha Reporter https://ift.tt/2YsjzGg
No comments:
Post a Comment