ଦିନ ସାରା ଆତଙ୍କ ଖେଳାଇ ଜଙ୍ଗଲକୁ ଚମ୍ପଟ ମାରିଲା ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ଦିନ ସାରା ଆତଙ୍କ ଖେଳାଇ ଜଙ୍ଗଲକୁ ଚମ୍ପଟ ମାରିଲା ଭାଲୁ

ଭବାନୀପାଟଣା(ରାଜକୁମାର ସିଂଦେଓ): ଗତକାଲି ଦିନ ତମାମ ଏକ ଭାଲୁ ଭବାନୀପାଟଣା ସହରକୁ ପଶି ଆସି  ଆତଙ୍କ ଖେଲାଇଥିଲା। ବନ ବିଭାଗ ତାକୁ ଧରିବାକୁ ନାକେଦମ ହୋଇଯାଇଥିବା ବେଳେ ଭାଲୁଟି ରାତି ଅଧରେ ନିଜେ ଜଙ୍ଗଲକୁ ଚମ୍ପଟ ମାରିଛି। ଭାଲୁ ଆକ୍ରମଣରେ ୨  ଜଣ ଗୁରୁତର ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି ।

ସୂଚନାଯୋଗ୍ୟ, ଗତ ଗୁରୁବାର ରାତିରେ ଭାଲୁଟି ଭବାନୀପାଟଣା ସହର ମଧ୍ୟକୁ ପଶି ଆସିଥିଲା। ରାତିରେ ପାଟ୍ରୋଲିଂ କରୁଥିବା ପୁଲିସ୍‌ ଭାଲୁକୁ ଦେଖି ବନ ବିଭାଗକୁ ଖବର ଦେଇଥିଲା। ଏହାପରେ ଭାଲୁକୁ ଧରିବାକୁ ଦିନ ସାରା ବନ ବିଭାଗ ଓ ପୁଲିସ୍‌ କର୍ମଚାରୀ ନାନା କୌଶଳ ଆପଣାଇଥିଲେ ମଧ୍ୟ ତାହା ଫେଲ ମାରିଥିଲା।

ଭାଲୁଟି ସହରର ମୁଖ୍ୟ ରାସ୍ତାରେ ବୁଲୁଥିବା ବେଳେ  ତାକୁ ଦେଖିବାକୁ ସହରରେ ପ୍ରବଳ ଗହଳି ହୋଇଥିଲା। ଏହି ସମୟରେ ଭାଲୁ ହାବୁଡ଼ରେ ପଡ଼ି ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରୁ ଥିବାବେଳେ କୁଟିଆ ସିଂ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି  ଜୀବନକୁ ବାଜି ଲଗାଇ ଭାଲୁ କବଳରୁ ତାଙ୍କୁ ରକ୍ଷା କରିଥିବା ଜଣାଯାଇଛି। ଗୁରୁତରଦ୍ୱୟଙ୍କ ମଧ୍ୟରୁ ମଧ୍ୟରୁ ଜଣଙ୍କୁ ଭବାନୀପାଟଣା ମେଡିକାଲ ଓ ଅନ୍ୟ ଜଣଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହାପରେ ଜଙ୍ଗଲ ବିଭାଗ କର୍ମଚାରୀ ରାତିସାରା  ଭାଲୁକୁ ଜଗି ରହିଥିବା ବେଳେ ରାତି ୩ ଟାରେ ଜଳେଶ୍ୱର ମନ୍ଦିର ନିକଟସ୍ଥ  ଜଙ୍ଗଲ କୁଶା ଡୁଙ୍ଗୁରି ଦେଇ ଭାଲୁ ଜଙ୍ଗଲ ମଧ୍ୟକୁ ଫେରାର ମାରିଛି ।

ପ୍ରକାଶ ଯେ ଗତ ୧୫ ତାରିଖ ଦିନ ଏକ ଜଙ୍ଗଲି ଭାଲୁ ସହର ମଧ୍ୟ କୁ ପଶି ଆସିଥିଲା । ଦୀର୍ଘ ଚାରି ଘଣ୍ଟା ପରେ ବନ କର୍ମଚାରୀ ଭାଲୁକୁ ଧରି ଜଙ୍ଗଲରେ ଛାଡିଥିଲେ।

The post ଦିନ ସାରା ଆତଙ୍କ ଖେଳାଇ ଜଙ୍ଗଲକୁ ଚମ୍ପଟ ମାରିଲା ଭାଲୁ appeared first on Odisha Reporter.



from Odisha Reporter https://ift.tt/2Yq2M6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages