୨୨ ଅଗଷ୍ଟ, ଶନିବାର: ଅନ୍ୟକୁ ଦେଇଥିବା କଥା ରଖିବା କଷ୍ଟକର ହୋଇପଡ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

୨୨ ଅଗଷ୍ଟ, ଶନିବାର: ଅନ୍ୟକୁ ଦେଇଥିବା କଥା ରଖିବା କଷ୍ଟକର ହୋଇପଡ଼ିବ

ମେଷ: ସବୁ ଦୃଷ୍ଟିରୁ ଦିନଟି ଭଲ ରହିବ। ଉତ୍ତମ ଭୋଜନ ମିଳିବ। ପରିବାର ଲୋକଙ୍କ ସହିତ ଦିନଟି କାଟିବେ।

ବୃଷ: ପ୍ରତି କାର୍ଯ୍ୟରେ ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବେ। ପରିବାରରେ କିଛି ସମସ୍ୟା ଉପୁଜିପାରେ। ପଡ଼ୋଶୀଙ୍କ ସାହାଯ୍ୟ ମିଳିବ।

ମିଥୁନ: କୌଣସି ବନ୍ଧୁ ଭେଟିବାକୁ ଆସିପାରନ୍ତି। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଖୁସି କରାଇବେ। ଆଜି ମିଠା ଖାଇ ଘରୁ ବାହାରନ୍ତୁ, ସୁଫଳ ମିଳିବ।

କର୍କଟ: ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରତିଟି କାର୍ଯ୍ୟ ସଂପାଦନ କରିବେ। ସମ୍ମାନର ଅଧିକାରୀ ହେବେ। ସୁସମ୍ବାଦ ପାଇ ଖୁସି ହେବେ।

ସିଂହ: ଘର ପାଇଁ ହାତଖୋଲା ଖର୍ଚ୍ଚ କରିବେ। ଅନ୍ୟକୁ ଦେଇଥିବା କଥା ରଖିବା କଷ୍ଟକର ହୋଇପଡ଼ିବ। ଖାଦ୍ୟପେୟ ଠିକ ରଖିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ହାତକୁ କିଛି ଅର୍ଥ ଆଗମନର ସୂଚନା ରହିଛି। ନିଜ ଉପରେ ଭରସା ବଢ଼ିବ। ଅସୁସ୍ଥ ଅନୁଭବ କରିବେ।

ତୁଳା: ଋଣ ପରିଶୋଧ କରିବାକୁ ପଡ଼ିବ। ଯେତେ ଚେଷ୍ଟା କଲେ ମଧ୍ୟ କିଛି କାମ ବାକି ରହିଯିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ସମ୍ମାନିତ ବ୍ୟକ୍ତିଙ୍କ ସହାୟତାରୁ ଲାଭବାନ ହେବେ। ନିଜର ଦକ୍ଷତା ଓ ପରିଶ୍ରମ ବଳରେ ଉନ୍ନତି କରିବେ। କଳ୍ପନାବିଳାସୀ ହେବେ।

ଧନୁ: ଅସଜଡ଼ା କାମ ଗୁଡ଼ିକୁ ସଜାଡ଼ିବାରେ ଲାଗିବେ। ଆଧ୍ୟାତ୍ମିକ ପରିବେଶରେ ସମୟ ବିତାଇବେ। କୌଣସି ଅସୁବିଧା ନ ଥିଲେ ମଧ୍ୟ ମନ ଅସ୍ଥିର ରହିବ।

ମକର: ବ୍ୟବସାୟରେ ଭଲ ଲାଭ ମିଳିବ। ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସମ୍ବାଦ ପ୍ରାପ୍ତି ସହ ମନବଳ ବୃଦ୍ଧି ପାଇବ।

କୁମ୍ଭ: ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିପାରେ। ଗୁପ୍ତ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବେ। ପରିଶ୍ରମ ଜନିତ କ୍ଲାନ୍ତି ଅନୁଭବ କରିବେ।

ମୀନ: ପରିବାରରେ ଖୁସି ବଜାୟ ରହିବ। କଳ୍ପନା ଭିତରେ ବୁଡ଼ିରହି ଆତ୍ମସନ୍ତୋଷ ଲାଭ କରିବେ। ସବୁ ଦିଗରୁ ଆଦର ସମ୍ମାନ ମିଳିବ।

The post ୨୨ ଅଗଷ୍ଟ, ଶନିବାର: ଅନ୍ୟକୁ ଦେଇଥିବା କଥା ରଖିବା କଷ୍ଟକର ହୋଇପଡ଼ିବ appeared first on Odisha Reporter.



from Odisha Reporter https://ift.tt/2CSe7VG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages