ରିୟା ଓ ଶ୍ରୁତିଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍ ପଠାଇଥିଲେ ସୁଶାନ୍ତଙ୍କ ବାପା, କରିଥିଲେ ଏମିତି ଅନୁରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 11, 2020

ରିୟା ଓ ଶ୍ରୁତିଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍ ପଠାଇଥିଲେ ସୁଶାନ୍ତଙ୍କ ବାପା, କରିଥିଲେ ଏମିତି ଅନୁରୋଧ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଉପରୁ ରହସ୍ୟର ପରଦା ଉଠି ନଥିବା ବେଳେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହିକ୍ରମରେ ଏବେ ସାମ୍ନାକୁ ଆସିଛି ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ ସିଂହଙ୍କ କିଛି ହ୍ୱାଟ୍ସଆପ୍ ମେସେଜ୍ ଯାହା ସେ ରିୟା ଚକ୍ରବର୍ତ୍ତୀ ଓ ଶ୍ରୁତି ମୋଦିଙ୍କ ନିକଟକୁ ପଠାଇଥିଲେ। ଏହି ମେସେଜ୍‌ ଗୁଡ଼ିକରୁ ଜଣାପଡ଼ୁଛି ଯେ ସୁଶାନ୍ତଙ୍କ ସହିତ ତାଙ୍କ ବାପା କଥା ହୋଇପାରୁ ନଥିଲେ ଓ ତାଙ୍କ ବିଷୟରେ ଅନେକ କଥା ଜାଣି ପାରୁ ନଥିଲେ। କେ.କେ ସିଂହ ପଠାଇଥିବା ହ୍ୱାଟ୍ସଆପ୍ ମେସେଜ୍‌ ଗୁଡ଼ିକ ଗତବର୍ଷର।

୨୦୧୯ ନଭେମ୍ବର ୨୯ ତାରିଖରେ ରିୟାଙ୍କୁ ସେ ମେସେଜ୍ ପଠାଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେ ଏହି ମେସେଜ୍ ପଠାଇଥିଲେ। ଏଥିରେ ସେ ଲେଖିଥିଲେ, ‘ତୁମେ ଜାଣିଲ ଯେ ମୁଁ ସୁଶାନ୍ତର ବାପା। ତା’ପରେ ବି କାହିଁକି କଥା ହେଲ ନାହିଁ। କଥା କ’ଣ? ବନ୍ଧୁ ସାଜି ଯଦି ତା’ର ଦେଖାଶୁଣା କରୁଛ ଓ ଚିକିତ୍ସା କରୁଛ, ତା’ହେଲେ ଠିକ୍ ଅଛି। କିନ୍ତୁ ବାପା ହିସାବରେ ମୋର ବି ସୁଶାନ୍ତ ବିଷୟରେ ସବୁ କଥା ଜାଣିବା ଦରକାର। ତେଣୁ ଫୋନ୍ କରି ମୋତେ ସବୁ କଥା କୁହ।’

ସେଦିନ ରିୟାଙ୍କ ସହିତ ଶ୍ରୁତି ମୋଦିଙ୍କୁ ବି କେ.କେ ସିଂହ ମେସେଜ୍ ପଠାଇଥିଲେ। ସେ ସମୟରେ ଶ୍ରୁତି ମୋଦି ଥିଲେ ସୁଶାନ୍ତ ସିଂହ ରାଜପୁତଙ୍କ ବିଜ୍‌ନେସ୍ ମ୍ୟାନେଜର।

ଶ୍ରୁତି ମୋଦିଙ୍କୁ ପଠାଇଥିବା ମେସେଜ୍‌ରେ କେ.କେ ସିଂହ ଲେଖିଥିଲେ, ସେ (ସୁଶାନ୍ତ) ଏବେ କେମିତି ସ୍ଥିତିରେ ଅଛି। ସେ ନେଇ କଥା ହେବାକୁ ଚାହୁଁଥିଲି। କାଲି ସୁଶାନ୍ତ ସହିତ କଥା ହୋଇଥିଲି। ସେ ବହୁତ ଚିନ୍ତିତ ଥିବା କହିଥିଲା। ଏବେ ତୁମେ ଭାବ ଯେ ଏହା ଜାଣିଲା ପରେ ଜଣେ ବାପାକୁ କେତେ ଚିନ୍ତା ଲାଗିବ। ସେଥିପାଇଁ ତୁମ ସହିତ କଥା ହେବାକୁ ଚାହୁଁଥିଲି। ତୁମେ କଥା ହେଉ ନଥିବା ଯୋଗୁ ମୁଁ ମୁମ୍ବାଇ ଯିବାକୁ ଚାହୁଁଛି। ବିମାନ ଟିକେଟ୍ ପଠାଇ ଦିଅ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଟଙ୍କା ହଡ଼ପ ଅଭିଯୋଗରେ ୟା ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁଇ ଥର ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିସାରିଛି। ତାଙ୍କ ବାପା ଓ ଭାଇଙ୍କୁ ବି ଇଡି ପଚରାଉଚରା କରିଛି। ଏହା ସହିତ ଶ୍ରୁତି ମୋଦି ବି ଇଡି ନିକଟରେ ହାଜର ହୋଇଥିଲେ। ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

The post ରିୟା ଓ ଶ୍ରୁତିଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍ ପଠାଇଥିଲେ ସୁଶାନ୍ତଙ୍କ ବାପା, କରିଥିଲେ ଏମିତି ଅନୁରୋଧ appeared first on Odisha Reporter.



from Odisha Reporter https://ift.tt/2FgefiJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages