ରାଉରକେଲା (ସତ୍ୟାବନ୍ଦ ମହାନ୍ତି): ରାଉରକେଲା ସ୍ୱତନ୍ତ୍ର ଜେଲ୍ରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ ଅନ୍ତେବାସୀ ଥିବା ବେଳେ ୩ ଜଣ ଜେଲ୍ର କର୍ମଚାରୀ ବୋଲି ଜଣାପଡ଼ିଛି। ଏନେଇ ରାଉରକେଲା ସ୍ୱତନ୍ତ୍ର ଜେଲ୍ର ଜେଲର ନିରାକର ପାଢ଼ି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଜେଲର କର୍ମଚାରୀ ଓ ଅନ୍ତେବାସୀଙ୍କୁ ମିଶାଇ ୬୪ ଜଣଙ୍କ କରୋନା ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୪୨ ଜଣ ଅନ୍ତେବାସୀ ଓ ୩ ଜେଲ୍ କର୍ମଚାରୀ ପଜିଟିଭ ବାହାରିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରାଉରକେଲା ସ୍ୱତନ୍ତ୍ର ଜେଲ୍ର ୧୭ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଥିଲେ।
The post ଜେଲ୍ରୁ ଚିହ୍ନଟ ହେଲେ ୪୫ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/30KN8nZ
No comments:
Post a Comment