ବାଧା ଦେଲା ବିବେକ; ଗାଁରେ ପୂରାଇ ଦେଉ ନଥି‍‍ବା ପିଲାର ଚିକିତ୍ସା ପାଇଁ ମାଗୁଛନ୍ତି ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ବାଧା ଦେଲା ବିବେକ; ଗାଁରେ ପୂରାଇ ଦେଉ ନଥି‍‍ବା ପିଲାର ଚିକିତ୍ସା ପାଇଁ ମାଗୁଛନ୍ତି ସହାୟତା

ରାୟଗଡ଼ା(ମନୋଜ ପାତ୍ର): ବାଧା ଦେଲା ବିବେକ। ଧିକାରିଲା ମଣିଷ ପଣିଆ। ପ୍ରତିଶ୍ରୁତି ଦେଇ ପ୍ରଶାସନ ପଛଘୁଞ୍ଚା ଦେବା ପରେ ଆଗକୁ ବାହାରିଲେ ଗ୍ରାମବାସୀ। କରୋନା ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିବାରୁ ଦିନେ ଯେଉଁ ପିଲାକୁ ଗାଁରେ ପୂରାଇ ଦେଉନଥିଲେ, ଏବେ ତା’ର ଚିକିତ୍ସା ପାଇଁ ଗାଁ ଗାଁ ବୁଲୁଛନ୍ତି। ପିଲାଟିକୁ ଭଲ କରିଦେବାର ପଣ ନେଇଛନ୍ତି ଗ୍ରାମବାସୀ। ହେଲେ ନିଜ ପାଖରେ ସମ୍ବଳ ଅଭାବରୁ ଗାଁ ଗାଁ ବୁଲି ହାତ ପତାଇବାକୁ ପଛାଉ ନାହାନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ନୂଆଗାଁରେ।

ସୂଚନାଯୋଗ୍ୟ, ଗାଁର ଅନାଥ ବାଳକ ସଞ୍ଜୟ ମିଣିଆକାଙ୍କ ହାତରେ ଘା’ ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା କରାଇବା ପାଇଁ ଗାଁର ଜଣେ ଯୁବକ ତାଙ୍କୁ ରାୟଗଡ଼ା ଡାକ୍ତରଖାନାକୁ ନେଇଥିଲେ। ହେଲେ ରାୟଗଡ଼ା ଡାକ୍ତର ତାଙ୍କୁ କୋରାପୁଟ ଯିବାକୁ କହିଥିଲେ। ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନା ଯାଇଥିଲେ। କିନ୍ତୁ କଟକରେ ଚିକିତ୍ସା ହୋଇ ନପାରିବାରୁ ସେମାନେ ଜୁଲାଇ ୩୦ ତାରିଖରେ ଗାଁକୁ ଫେରି ଯାଇଥିଲେ।

ଏତିକିରେ ସରି ନ ଥିଲା ଦୁଃଖ। ନିଜ ହାତ ଯନ୍ତ୍ରଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବଇରୀ ସାଜିଲେ ଗ୍ରାମବାସୀ। କରୋନା ଭୟରେ ଗାଁ ଲୋକେ ସେମାନଙ୍କୁ ଗାଁ ଭିତରକୁ ପଶାଇ ଦେଇ ନଥିଲେ। ଫଳରେ ସେମାନେ ଦୁଇ ଦିନ ରାସ୍ତା କଡ଼ରେ ଥିବା ଏକ ବିଶ୍ରାମାଗାରରେ  ପଡ଼ି ରହିଥିଲେ।  ଏନେଇ ଗଣମାଧ୍ୟରେ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ କିମ୍ୱା ସ୍ଥାନୀୟ ଲୋକ ପ୍ରତିନିଧି ସେମାନଙ୍କୁ କୌଣସି ସହଯୋଗ କରି ନଥିଲେ।

ଫଳରେ ଗତ ଶୁକ୍ରବାର ସନ୍ଧ୍ୟାରେ କିଛି ଗାଁ ଲୋକେ ନିଜସ୍ୱ ଖର୍ଚ୍ଚରେ ରୋଗାକାନ୍ତ ସଞ୍ଜୟଙ୍କୁ ଏକ ଅଟୋରେ ନେଇ  ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ସଞ୍ଜୟ ଜଣେ ଅସହାୟ ଓ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟତା ରହିଛି। ତେଣୁ ଗାଁ ଲୋକେ ନିଜେ ଚାନ୍ଦା କରିବା ସହ ଗାଁ ଗାଁ ବୁଲି ସଞ୍ଜୟର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗି ବୁଲୁଛନ୍ତି।

ଗାଁର ଡାଳବନ୍ଧୁ ହିକକା କହିଛନ୍ତି,“ସଞ୍ଜୟ ଜଣେ ଅନାଥ ପିଲା। ତାର କେହି ନାହାନ୍ତି। ତାକୁ ଚିକିତ୍ସା କରିବା ପାଇଁ ଆମେ ପ୍ରଶାସନକୁ ଜଣାଇଲୁ। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଲାନି। ତେଣୁ ତାର ପରିସ୍ଥିତି ଦେଖି ବାଧ୍ୟ ହୋଇ ଗାଁ ଲୋକେ ମିଶି ତାକୁ ଡାକ୍ତରଖାନାରେ ଭର୍ତ୍ତି କଲୁ। ଏବ ତାର ଚିକିତ୍ସା ପାଇଁ ପଇସା ଦରକାର ହେଉଛି। ପଇସା କୋଉଠୁ ଆଣିବୁ ବୋଲି ଆମେ ଘର ଘର ବୁଲି ଆମ ପଞ୍ଚାୟତରେ ଭିକ ମାଗୁଛୁ। ସରକାର କିଛି ସାହାଯ୍ୟ ଦେଲେ ଭଲ ହୁଅନ୍ତା।”

ଅନ୍ୟପକ୍ଷରେ ରୋଗାକ୍ରାନ୍ତ ବାଳକକୁ ହସ୍ପିଟାଲ ନେବା ପାଇଁ  କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନଥିବା ବ୍ଲକ୍ ପ୍ରଶାସନ ସ୍ୱୀକାର କରିଛି। ତେବେ ସଞ୍ଜୟର ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ସହାୟତା କରାଯିବ ବୋଲି ବିଷମକଟକ ବିଡିଓ ଆଲବର୍ଟ ଲାକ୍ରା ସଫେଇ ଦେଇଛନ୍ତି।

ଅସହାୟ ସଞ୍ଜୟର ଚିକିତ୍ସା ପାଇଁ ବର୍ତ୍ତମାନ ଅର୍ଥର ଜରୁରୀ ଆବଶ୍ୟକତା ରହିଛି। କୌଣସି ସହୃଦୟ ବ୍ୟକ୍ତି ଯଦି ସଞ୍ଜୟଙ୍କୁ ସହାୟତା କରିବାକୁ  ଚାହାନ୍ତି, ତେବେ ତାଙ୍କ ନିକଟତମ ବ୍ୟକ୍ତି କୃଷ୍ଣ କଣ୍ଡାଗରୀଙ୍କୁ ୮୧୪୪୭୮୦୧୪୬ ନମ୍ୱରରେ ଯୋଗାଯୋଗ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

The post ବାଧା ଦେଲା ବିବେକ; ଗାଁରେ ପୂରାଇ ଦେଉ ନଥି‍‍ବା ପିଲାର ଚିକିତ୍ସା ପାଇଁ ମାଗୁଛନ୍ତି ସହାୟତା appeared first on Odisha Reporter.



from Odisha Reporter https://ift.tt/3fugpHW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages