ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଏନ୍ଏଚ୍-୧୬ ଜଗନ୍ନାଥ ଢାଵା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ପଛରେ ସ୍କର୍ପିଓ ପିଟି ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ସେଖ ମୁର୍ତୁଜା ଓ ଜମାଲ ସାହା। ସେମାନଙ୍କ ଘର ପଶ୍ଚିମବଙ୍ଗର ମୁକୁନ୍ଦପୁର ଅଞ୍ଚଳରେ। ତେବେ ଆହତ ଜଣଙ୍କ ପରିଚୟ ମିଳିପାରି ନାହିଁ।
ଆଜି ସକାଳେ ସ୍କର୍ପିଓ ଡ୍ରାଇଭର ସମେତ vଚାରି ଜଣ ବ୍ୟକ୍ତି କୋଲକାତାରୁ କଟକ ଅଭିମୁଖେ ଯାଉଥିଲେ। ଏହି ସମୟରେ ଜଗନ୍ନାଥ ଢାଵା ନିକଟରେ ଏକ ଟ୍ରେଲର ପଛରେ କାର୍ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ମୁର୍ତୁଜା ଓ ଜମାଲଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ହେଲେ ସ୍କର୍ପିଓ ଡ୍ରାଇଭରର କିଛି ହୋଇ ନ ଥିବା ଜଣାଯାଇଛି।
ତେବେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଥମେ ସୋର ଡାକ୍ତରଖାନାରରେ ଭର୍ତ୍ତି କରାଯାଇଥିଲା।ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହାସହ ସ୍କର୍ପିଓକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
The post ଟ୍ରେଲର ପଛରେ ପିଟିହେଲା ସ୍କର୍ପିଓ appeared first on Odisha Reporter.
from Odisha Reporter https://ift.tt/3jZ8J3P
No comments:
Post a Comment