କାହିଁକି ବିରୋଧୀଙ୍କ ବେଞ୍ଚ ନିକଟରେ ବସିଲେ ପାଇଲଟ? ସୀମା ଓ ଯୋଦ୍ଧା କଥା ବି ଉଠାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

କାହିଁକି ବିରୋଧୀଙ୍କ ବେଞ୍ଚ ନିକଟରେ ବସିଲେ ପାଇଲଟ? ସୀମା ଓ ଯୋଦ୍ଧା କଥା ବି ଉଠାଇଲେ

ଜୟପୁର: ବିଦ୍ରୋହ ଘୋଷଣାର ଗୋଟିଏ ମାସ ପରେ ସଚିନ ପାଇଲଟ ପୁଣିଥରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାମ୍ପକୁ ଫେରିଛନ୍ତି। ଗତକାଲି ସେ ଗେହଲଟଙ୍କୁ ଭେଟିବା ପରେ ଆଜି ବିଧାନସଭା ଅଧିବେଶନରେ ଯୋଗଦେଇଛନ୍ତି। ଗେହଲଟ ସରକାର ଆଜି ଟ୍ରଷ୍ଟ ଭୋଟର ସମ୍ମୁଖୀନ ହେବେ। ଏଥିପାଇଁ ବିତର୍କ ମଧ୍ୟ ଚାଲିଛି।

ବିବାଦ ପୂର୍ବରୁ ସଚିନ ପାଇଲଟ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏଥିପାଇଁ ସେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ ବସୁଥିଲେ। ହେଲେ ଆଜି ସଚିନ ପାଇଲଟ ବିରୋଧୀଙ୍କ ବେଞ୍ଚ ପାଖରେ ବସିଥିବା ଦେଖିବାକୁ ମିଳିଛି। ସରକାରୀ ଓ ବିରୋଧୀ ଦଳର ସୀମା ଥିବା ଅଞ୍ଚଳରେ ସଚିନ ପାଇଲଟ ବସିବା ସମସ୍ତଙ୍କୁ ଚକିତ କରିଛି।

ଏହା ଉପରେ ମନ୍ତବ୍ୟ ରଖି ସଚିନ କହିଛନ୍ତି, ବେଞ୍ଚ କଥା ବିଚାରକୁ ନେଲେ ମୁଁ କାହିଁକି ବର୍ଡର ଅଞ୍ଚଳରେ ବସିଛି ସେକଥା ସମସ୍ତେ ଭାବୁଛନ୍ତି। କାହିଁକି ମୁଁ ବିରୋଧୀଙ୍କ ପାଖରେ ବସିଛି? ଏହାର କାରଣ ହେଉଛି ଏହା ସୀମାନ୍ତ ଅଞ୍ଚଳ। କେବଳ ସାହାସୀ ଓ ଯୋଦ୍ଧାମାନଙ୍କୁ ହିଁ ସୀମାକୁ ପଠାଯାଏ।

ଯେତେବେଳେ ମୁଁ ବିଧାନସଭାକୁ ଆସିଲି ସେତେବେଳେ ମୁଁ କାହିଁକି ବିରୋଧୀଙ୍କ ବେଞ୍ଚ ପାଖରେ ବସିବି, ସେକଥା ଚିନ୍ତା କରିଥିଲି। ଏହାପରେ ମୁଁ ଭାବିଲି ଏହା ସୀମାନ୍ତ ଅଞ୍ଚଳ ଓ ମୋତେ ହିଁ ସୀମାନ୍ତକୁ ପଠାଯାଇଛି। ଆଗକୁ ଅନେକ କିଛି ଘଟିବ ଓ ଅନେକ କିଛି ସାମ୍ନାକୁ ଆସିବ। ମୁଁ ପ୍ରଣ୍ଟ ଲାଇନରେ ବସି ସବୁ କିଛି ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ବୋଲି ସଚିନ କହିଛନ୍ତି।

The post କାହିଁକି ବିରୋଧୀଙ୍କ ବେଞ୍ଚ ନିକଟରେ ବସିଲେ ପାଇଲଟ? ସୀମା ଓ ଯୋଦ୍ଧା କଥା ବି ଉଠାଇଲେ appeared first on Odisha Reporter.



from Odisha Reporter https://ift.tt/3gRH1Uy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages