ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ନୂଆଦିଲ୍ଲୀ: କ୍ରକେଟକୁ ଭାରତର ଧର୍ମ ବୋଲି କୁହାଯାଏ। ଏଠାରେ କ୍ରିକେଟ ଯେତିକି ଲୋକପ୍ରିୟ, ତା’ଠାରୁ ଅଧିକ ଲୋକପ୍ରିୟ  ହେଉଛନ୍ତି କ୍ରିକେଟର। କ୍ରିକେଟ ଫ୍ୟାନମାନେ ସେମାନଙ୍କ ଫେଭରାଇଟ ଖେଳାଳିଙ୍କ ଅନୁକରଣ କରିଥାଆନ୍ତି। ସେହିପରି କୌଣସି ଲୋକପ୍ରିୟ କ୍ରିକେଟରଙ୍କ ଭଳି ଯଦି କେହି ବ୍ୟାଟିଂ କିମ୍ବା ବୋଲିଂ କରୁଛି, ତା’ହେଲେ ତା’ର ଭିଡିଓ ମଧ୍ୟ ଅନେକ ସମୟରେ ଭାଇରାଲ ହେଉଛି।

କ୍ରିକେଟରଙ୍କ ନିଆରା ବ୍ୟାଟିଂ ଓ ବୋଲିଂ ଶୈଳୀ ଅନେକ ସମୟ ଧରି ଲୋକଙ୍କ ମନରେ ଘର କରି ରହିଯାଏ। ସେଥିମଧ୍ୟରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ହେଲିକପ୍ଟର ଶଟ୍ ବେଶ ଲୋକପ୍ରିୟ। ଅନ୍ତର୍ଜାତୀୟ କ୍ରିକେଟରେ ଧୋନି ପ୍ରଥମ କ୍ରିକେଟର ଯିଏ, ଏହି ହେଲିକପ୍ଟର ଶଟ ଖେଳିଥିଲେ। ଏବେ ଜଣେ ୭ ବର୍ଷୀୟ ଝିଅ ଧୋନିଙ୍କ ଭଳି ହେଲିକପ୍ଟର ଶଟ ମାରୁଥିବାରୁ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାରତର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଗୁରୁବାର ଟ୍ୱିଟରରେ ଗୋଟିଏ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଜଣେ ୭ ବର୍ଷର ଛୋଟ ଝିଅ ତାଙ୍କ ଘରେ କ୍ରିକେଟ୍ ଖେଳୁଥିବାର ଦେଖାଯାଉଛି। ଭିଡିଓରେ ଝିଅଟି ଏତେ କମ ବୟସରେ ମଧ୍ୟ ଧୋନିଙ୍କ ଭଳି ବାରମ୍ବାର ହେଲିକପ୍ଟର ଶଟ୍‌ ମାରୁଥିବାର ଦୃଶ୍ୟ ରହିଛି। ସମସ୍ତେ ଏହାକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି।

ଶ୍ରୀ ଚୋପ୍ରା ଭିଡିଓଟି ଶେୟାର କରି ଲେଖିଛନ୍ତି ଯେ ଆମର ଅତି ନିଜର ଏହି ପରୀ ଶର୍ମା । ସେ କଣ ସୁପରଟ୍ୟାଲେଣ୍ଟେଡ ନୁହନ୍ତି ? ସେ ତାଙ୍କୁ ଧୋନିଙ୍କ ସହ ମଧ୍ୟ ତୁଳନା କରିଛନ୍ତି ।

The post ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ appeared first on Odisha Reporter.



from Odisha Reporter https://ift.tt/3iCJB1a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages