ଦୁଇଟି ସ୍ଥାନରେ ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 10, 2020

ଦୁଇଟି ସ୍ଥାନରେ ବୋମାମାଡ଼

ଚାନ୍ଦବାଲି/ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଗତକାଲି ଦୁଇଟି ପୃଥକ ପୃଥକ ସ୍ଥାନରେ ବୋମାମାଡ଼ ହୋଇଛି। ଗୋଟିଏ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ଜଗତସିଂହପୁର ଜିଲ୍ଲାରେ ଘଟିଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଞ୍ଚପଡ଼ାରେ ଏକ ଦୋକାନ ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଖାଇବାକୁ ନେଇ ଦୋକାନୀ ଉମାକାନ୍ତ ସାହୁଙ୍କ ସହିତ ଦୁଇ ଜଣ ଯୁବକଙ୍କର ବଚସା ହୋଇଥିଲା। ପରେ ଦୁଇ ଯୁବକ ପଳାଇଥିଲେ। କିନ୍ତୁ ରାତି ପ୍ରାୟ ୧୨ଟା ବେଳେ ଉମାକାନ୍ତ ଦୋକାନ ଓ ତା’ ପାଖରେ ଥିବା ଏକ ଘରକୁ ୨ଟି ବୋମା ପିଙ୍ଗା ଯାଇଥିଲା। ଏଥିରେ ଦୋକାନର କବାଟ ଭାଙ୍ଗି ଯାଇଥିବା ବେଳେ ପାଖ ଘରର ଆଜବେଷ୍ଟସ ଓ ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଚାନ୍ଦବାଲି ପୁଲିସ୍ ଘଟଣାର ତଦନ୍ତ କରୁଛି।

ସେହିପରି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପଲ୍ଲୀ ଗାଁରେ ବୋମାମାଡ଼ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ଘଟଣାଟି ଗତକାଲି ରାତିରେ ଘଟିଥିଲା।

ସୂଚନା ଅନୁସାରେ, ଗାଁର ପ୍ରଭାତ ଗାଆଣ ଓ ଅନ୍ୟ ଜଣେ ଯୁବକ ତ୍ରିବେଣୀ ଘାଟ ନିକଟରେ ବସିଥିବା ବେଳେ ନିକଟସ୍ଥ ଅନ୍ନଗଡ଼ ଗାଁର ଜଣେ ଯୁବକ ଓ ତାର କିଛି ସହଯୋଗୀ ବାଇକରେ ଆସି ସେଠାରେ ପହଞ୍ଚି ସେମାନଙ୍କ ଉପରକୁ ବୋମା ଫିଙ୍ଗି ଥିଲେ। ବୋମା ମାଡ଼ରେ ପ୍ରଭାତଙ୍କ ଗୋଡ଼ରେ ଆଘାତ ଲାଗିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ଼ କରାଯାଇଥିବା ପ୍ରଭାତଙ୍କ ଭାଇ ଅଭିଯୋଗ କରିଛନ୍ତି। ଜଗତସିଂହପୁର ସଦର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ଦୁଇଟି ସ୍ଥାନରେ ବୋମାମାଡ଼ appeared first on Odisha Reporter.



from Odisha Reporter https://ift.tt/3gGz9oR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages