ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଜନ୍ମାଷ୍ଟମୀ। ଧରାପୃଷ୍ଠରେ ବାଲଗୋପାଳଙ୍କୁ ସ୍ୱାଗତ କରିବା ଲାଗି ଉତ୍ସବମୁଖର ହୋଇପଡ଼ିଛି ପୁରପଲ୍ଲୀ। ରାଜଧାନୀର ଇସ୍କନ ମନ୍ଦିର ହେଉ କି, ପୁରୀ ଶ୍ରୀମନ୍ଦିର ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗତକାଲି ସପ୍ତମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସପ୍ତମୀ ତିଥିରେ ସନ୍ଧ୍ୟା ଆଳତିରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା। ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଟେରା ବନ୍ଧା ପରେ ମହାପ୍ରଭୁଙ୍କ ନିକଟରେ ଜେଉଡ ଭୋଗ ଅର୍ଥାତ ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରା ଆଦି ଲାଗି ହୋଇଥିଲା।
ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ତିନି ପୂଜାପଣ୍ଡାଙ୍କ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିଥିଲେ। ଏହାକୁ ଗର୍ଭଉଦକ ବନ୍ଦାପନା ମଧ୍ୟ କୁହାଯାଇଥାଏ।
The post ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ appeared first on Odisha Reporter.
from Odisha Reporter https://ift.tt/2DxyqrX
No comments:
Post a Comment