ବ୍ରହ୍ମପୁର (ଜଗନ୍ନାଥ ସାହୁ): କରୋନା ପାଇଁ ସବୁଠି ନିରାଡ଼ମ୍ବର ଭାବେ ଗଣେଶ ପୂଜା ପାଳିତ ହୋଇଯାଇଛି। ତେବେ ବ୍ରହ୍ମପୁର ସହରରେ ଜଣେ ବ୍ୟକ୍ତି ନିଆରା ଢଙ୍ଗରେ ପାଳନ କରିଛନ୍ତି ଗଣେଶ ପୂଜା।
ବ୍ରହ୍ମପୁର ସହରର ଡାକ୍ତର ଜାମୁଲା ନାରାୟଣ ରାଓଙ୍କ ଘରେ ୮୦ ପ୍ରକାରର ଗଣେଶ ମୂର୍ତ୍ତି ପୂଜା ପାଇଛନ୍ତି। ଏଥିମଧ୍ୟରେ ରହିଛନ୍ତି ସୁନା, ରୂପା, ମହମ, ପିତ୍ତଳ, ସ୍ପଟିକ ଓ ପଥର ସହ ଗୁଆ ଏବଂ ତାଳପତ୍ରରେ ତିଆରି ଗଣେଶ ମୂର୍ତ୍ତି।
ଏଥର କରୋନା ଯୋଗୁଁ ମଣ୍ଡପରେ କିମ୍ବା ମନ୍ଦିରରେ ପୂଜା କରିବା ବାରଣ ଥିବାରୁ ଡାକ୍ତର ଜାମୁଲା ନାରାୟଣ ରାଓ ଓ ତାଙ୍କ ପତ୍ନୀ ଜାମୁଲା ଶୈଳଜା ଘରେ କରିଛନ୍ତି ଏଭଳି ସ୍ୱତନ୍ତ୍ର ପୂଜା।
ସେହିଭଳି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା ଏଥର ବିଶ୍ୱର ସବୁଠୁ ଛୋଟ ଗଣେଶ ମୂର୍ତ୍ତି ନିର୍ମାଣ କରିଥିବା ଦାବି କରିଛନ୍ତି। କାଠରେ ସେ ଗୋଟିଏ ସେଣ୍ଟିମିଟର୍ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହାସହ ସ୍ପଟିକ୍ର ମୂର୍ତ୍ତି ବି ବନାଇଛନ୍ତି।
The post ଡାକ୍ତରଙ୍କ ଘରେ ପୂଜା ପାଇଲେ ୮୦ ପ୍ରକାରର ଗଣେଶ ମୂର୍ତ୍ତି appeared first on Odisha Reporter.
from Odisha Reporter https://ift.tt/32k0w1Q
No comments:
Post a Comment