ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଆସନ୍ତାକାଲି ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏହି ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି। ବିଶେଷ ଭାବେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଏବର୍ଷ ଅଗଷ୍ଟ ମାସରେ ୨୭ ପ୍ରତିଶତ ଅଧିକ ବର୍ଷା ହୋଇଛି। କେବଳ ଗଜପତି ଓ ନୂଆପଡ଼ା ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ତିନି ସପ୍ତାହ ମଧ୍ୟରେ ବଙ୍ଗୋପ ସାଗରରେ ଲଗାତାର ତିନିଟି ଲଘୁଚାପ ସୃଷ୍ଟି ହୋଇଛି।
The post ପୁଣି ଏକ ଲଘୁଚାପ, ଆଗାମୀ ୨୪ ଘଣ୍ଟାରେ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷିବ appeared first on Odisha Reporter.
from Odisha Reporter https://ift.tt/34oz5Xv
No comments:
Post a Comment