ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ଲଘୁଚାପ ୱେଲମାର୍କର ରୂପ ନେଇଛି । ଏହା ବର୍ତ୍ତମାନ ଉତ୍ତର- ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହା ସହ ପଶ୍ଚିମବଙ୍ଗ ଉପକୂଳକୁ ମଧ୍ୟ ବ୍ୟାପି ରହିଛି ଲଘୁଚାପ । ଏହା ଆଗକୁ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ।
କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା,ବଲାଙ୍ଗିର, ବରଗଡ଼, ସୋନପୁର, ଅନୁଗୁଳ, ସମ୍ବଲପୁର, ଦେବଗ଼ଡ଼, ସୁନ୍ଦରଗଡ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବୌଦ୍ଧରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ସମୁଦ୍ର ଆଖପାଖରେ ଘଣ୍ଟାକୁ ୪୫ରୁ ୫୫ କିମି ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ଜୁନ ୧ରୁ ଅଗଷ୍ଟ ୧୯ ମଧ୍ୟରେ ୭୩୯.୭ ମିମି ବର୍ଷା ହୋଇଛି । ସ୍ୱାଭାବିକଠାରୁ ୭% ବର୍ଷା କମିଛି । ୪ଟି ଜିଲ୍ଲାରେ ବର୍ଷା କମ୍ ରହିଛି। ଆସନ୍ତାକାଲିଠାରୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
The post ଅବପାତର ରୂପ ନେଇପାରେ ଲଘୁଚାପ appeared first on Odisha Reporter.
from Odisha Reporter https://ift.tt/2CMpPBa
No comments:
Post a Comment