କନ୍ଧମାଳ ଜିଲ୍ଲା କ.ନୂଆଗାଁରେ ନକ୍ସଲ ବ୍ୟାନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 16, 2020

କନ୍ଧମାଳ ଜିଲ୍ଲା କ.ନୂଆଗାଁରେ ନକ୍ସଲ ବ୍ୟାନର

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା କ .ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜମେଣ୍ଡି ଛକର ୫୯ ଜାତୀୟ ରାଜପଥ କଡରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି। ସିପିଆଇ ନକ୍ସଲ କେକେବିଏନ ଡିଭିଜନ ତରଫରୁ ଏହି ବ୍ୟାନର ଲଗାଯାଇଛି। ଆସନ୍ତା ୧୮ରୁ ୨୪ ତାରିଖ ଯାଏ ନକ୍ସଲମାନେ ଦେଇଥିବା ବନ୍ଦ ଡାକରାକୁ ସଫଳ କରିବାକୁ ଏହି ବ୍ୟାନରରେ ଆହ୍ୱାନ ଦିଆଯାଇଛି।

ଏହାସହିତ କମ୍ରେଡ୍‌ ରୂପେଶ, ଅରୁଣ, ମଣ୍ଟୁ, ମୁକେଶ, ଚାନ୍ଦିନୀଙ୍କୁ ଲାଲ ଜୁହାର ସହ ‘ସିପିଆଇ ନକ୍ସଲ ଜିନ୍ଦାବାଦ’ ବୋଲି ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଜୁଲାଇ ୭ ତାରିଖରେ ସିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ପରେ ପ୍ରଥମ ଥର ଲାଗି ନକ୍ସଲ ବ୍ୟାନର ଲାଗିଛି। ଏନେଇ କ.ନୂଆଗାଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

The post କନ୍ଧମାଳ ଜିଲ୍ଲା କ.ନୂଆଗାଁରେ ନକ୍ସଲ ବ୍ୟାନର appeared first on Odisha Reporter.



from Odisha Reporter https://ift.tt/2EcfCy3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages