ସାକ୍ଷୀ କହିଲେ, ‘ଲୁହକୁ ଅଟକାଇଥିବେ ନିଶ୍ଚୟ…’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 16, 2020

ସାକ୍ଷୀ କହିଲେ, ‘ଲୁହକୁ ଅଟକାଇଥିବେ ନିଶ୍ଚୟ…’

ରାଞ୍ଚି: ଅଗଷ୍ଟ ୧୫ ଦେଶର ସ୍ୱାଧୀନତା ଦିବସ ଅବସରରେ ଲୋକପ୍ରିୟ କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ନିଜ ଅବସର ଘୋଷଣା କରିଛନ୍ତି। ଧୋନିଙ୍କ ଏଭଳି ନିଷ୍ପତ୍ତି ପରେ ତାଙ୍କ କୋଟି କୋଟି ପ୍ରଶଂସକ ମର୍ମାହତ ହୋଇଛନ୍ତି। ଏନେଇ ଧୋନିଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ ଶେୟାର କରିଛନ୍ତି।

ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି ପରେ ସାକ୍ଷୀ ଭାବୁକ ହୋଇପଡ଼ିଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ମେସେଜ୍ ଶେୟାର କରିଛନ୍ତି। ସେ ଲେଖିଛନ୍ତି, “ଆପଣ ଯାହା ବି ହାସଲ କରିଛନ୍ତି, ସେନେଇ ଆପଣ ଗର୍ବ କରିବା ଉଚିତ୍। ଖେଳରେ ନିଜର ସର୍ବୋତ୍କୃଷ୍ଟ ଦେଇଥିବାରୁ ଆପଣଙ୍କୁ ଅଭିନନ୍ଦନ। ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ଉପଲବ୍ଧି ପାଇଁ ମୁଁ ଗର୍ବ ଅନୁଭବ କରୁଛି। ମୁଁ ଜାଣିଛି ନିଜ ପ୍ୟାଶନକୁ ଗୁ଼ଡ୍ ବାଏ କହିବା ସମୟରେ ଆପଣ ନିଜ ଲୁହକୁ ଅଟକାଇଥିବେ ନିଶ୍ଚୟ। ଭବିଷ୍ୟତ ପାଇଁ ଶୁଭକାମନା।”

ସାକ୍ଷୀ ପୁଣି ଲେଖିଛନ୍ତି, “ଲୋକମାନେ ଭୁଲିଯିବେ ଆପଣ କଣ କହିଛନ୍ତି, ଲୋକେ ଭୁଲିଯିବେ ଆପଣ କଣ କରିଛନ୍ତି, କିନ୍ତୁ ଆପଣ ସେମାନଙ୍କୁ କିଭଳି ଅନୁଭବ କରାଇଛନ୍ତି ଲୋକେ ତାହା କେବେ ଭୁଲିପାରିବେ ନାହିଁ- ମାୟା ଏଞ୍ଜେଲୋ।”

ମାୟା ଏଞ୍ଜେଲୋଙ୍କ ଏହି ଲୋକପ୍ରିୟ ବାର୍ତ୍ତାଟିକୁ ମଧ୍ୟ ସାକ୍ଷୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରିଛନ୍ତି। ଅନ୍ୟପଟେ ଏମ୍.ଏସ୍ ଧୋନିଙ୍କ ଅବସର ନେବା ଖବର ପାଇବା ପରେ ସାରା ଦେଶ ଚକିତ ହୋଇପଡ଼ିଛି। ସୋଶାଲ ମିଡିଆରେ ଘନ ଘନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ସୂଚନା ଥାଉ କି, ଶେଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ ଅବସର ପରେ ଗୋଟିଏ ଯୁଗର ଅବସାନ ଘଟିଛି। ପୂର୍ବରୁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା ଧୋନି ଆଜି ଦିନିକିଆ ଓ ଟି-୨୦ କ୍ରିକେଟକୁ ବାଏବାଏ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ଧୋନି ପୂର୍ବଭଳି ଆଇପିଏଲରେ ନିଜର ଜଲୱା ଦେଖାଇବେ। ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ପ୍ରଥମ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ୨୦୧୧ରେ ଧୋନି ଭାରତକୁ ଦିନିକିଆରେ ବିଶ୍ୱ ବିଜେତା କରିଥିଲେ। ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଧୋନିଙ୍କ ନେତୃତ୍ୱରେ ଭାରତ ଜିତିଥିଲା। କ୍ୟାପ୍ଟେନ କୁଲ ଭାବେ ପରିଚିତ ଧୋନିଙ୍କୁ ଶେଷଥର ପାଇଁ ୨୦୧୯ ବିଶ୍ୱକପରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା।

The post ସାକ୍ଷୀ କହିଲେ, ‘ଲୁହକୁ ଅଟକାଇଥିବେ ନିଶ୍ଚୟ…’ appeared first on Odisha Reporter.



from Odisha Reporter https://ift.tt/3g1Meb5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages