ରାଜ୍ୟରେ ଚିହ୍ନଟ ହେଲେ ୨୯୪୯ କରୋନା ଆକ୍ରାନ୍ତ,୮୦ ହଜାର ଟପିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ରାଜ୍ୟରେ ଚିହ୍ନଟ ହେଲେ ୨୯୪୯ କରୋନା ଆକ୍ରାନ୍ତ,୮୦ ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨୯୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୧୮୨୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୧୨୩  ଟି ହେଉଛି ଲୋକାଲ୍ କେସ୍‌।

ଗତ କିଛି ଦିନ ହେଲା ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହୁଥିବା ବେଳେ ଜିଲ୍ଲାରେ ବେକାକୁ ହୋଇପଡ଼ିଥିଲା କରୋନା ସ୍ଥିତି। ଆଜି ଖୋର୍ଦ୍ଧାକୁ ପଛରେ ପକାଇ ଆଗେଇ ଯାଇଛି ସିଲଭର ସିଟି କଟକ। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାର୍‌ କରିଥିବା ବେଳେ ଦିନକରେ ଚିହ୍ନଟ ହୋଇଛନ୍ତି ୫୮୯ ପଜିଟିଭ। ଏହା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା  ୪୭୪ ଥିବା ବେଳେ ଯାଜପୁର ଜିଲ୍ଲାରେ ୨୧୫, ଗଞ୍ଜାମରେ ୧୭୯, କୋରାପୁଟରେ ୧୮୧,  ମୟୂରଭଞ୍ଜ ଜିଲ୍ଲାରେ ୧୫୬, ରାୟଗଡ଼ାରେ ୧୪୩, ସମ୍ବଲପୁରରେ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଟପି ଯାଇଛି। ଆଜି ଏହି ସଂଖ୍ୟା ୮୧,୪୭୯ରେ ପହଞ୍ଚିଥିବା ବେଳେ  ୫୪,୪୦୫ ଜଣ ସୁସ୍ଥ ହୋଇଛନ୍ତି। ଏହାବ୍ୟତୀତ ରାଜ୍ୟରେ ଆକ୍ଟିଭ କେସ୍‌  ୨୬,୬୦୨ ଥିବା ବେଳେ କରୋନା ଯୋଗୁ  ରାଜ୍ୟରେ ୪୧୯ ଜଣ ଆଖି ବୁଜି ସାରିଲେଣି।

ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୬୦ ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟ ହୋଇଛି।  RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଛି।  RTPCRରେ ୭,୪୯୦; ଆଣ୍ଟିଜେନ୍ରେ ୫୩,୨୯୫, ଟ୍ରୁନଟ୍ ମାଧ୍ୟମରେ ହୋଇଛି ୧୨୪ ପରୀକ୍ଷା।  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧତ୍କ ୯ ହଜାର ୨୧୯ କରୋନା ଟେଷ୍ଟ ହୋଇଛି।

The post ରାଜ୍ୟରେ ଚିହ୍ନଟ ହେଲେ ୨୯୪୯ କରୋନା ଆକ୍ରାନ୍ତ,୮୦ ହଜାର ଟପିଲା ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3hqpa7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages