ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏହାର ଉଚିତ ସମୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏହାର ଉଚିତ ସମୟ

ନୂଆଦିଲ୍ଲୀ : ଏହି ସମୟରେ ବିବାହ କିମ୍ୱା ବ୍ରତଘର ପାଇଁ ଆପଣ ସୁନାରୂପା କିଣିବା ପାଇଁ ଚିନ୍ତା କରୁଛନ୍ତି କି ? ତେବେ ଆଉ କିଛି ଦିନ ଅପେକ୍ଷା କରି ଯାଆନ୍ତୁ। କରୋନା ମହାମାରୀ ପାଇଁ ଏପ୍ରିଲ ପରଠାରୁ ସୁନା ଓ ରୂପାର ଦର ଅହେତୁକ ଭାବରେ ବୃଦ୍ଧି ହୋଇଥିଲେ ମଧ୍ୟ କିଛି ଦିନ ଧରି ଏଥିରେ ସୁଧାର ଆସିଛି ଓ ଦର କମିଛି।

ଗତ ତିନି ସପ୍ତାହ ମଧ୍ୟରେ ସୁନା ଓ ରୂପାରେ ଦର ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ସୁନା ୧୦ ଗ୍ରାମ୍‌ ପିଛା ୫୨ ହଜାର ଟଙ୍କା ହୋଇଥିବା ବେଳେ ରୂପାର କିଲୋ ପ୍ରତି ଦର ୬୨ ହଜାର ଟଙ୍କାରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତ ଅନୁସାରେ ଆଗାମୀ ଦିନର ଏହି ଦର ଆହୁରି ହ୍ରାସ ପାଇବ।

ଅର୍ଥନୀତି ବିଶାରଦଙ୍କ କହିବା ଅନୁସାରେ ସାରା ବିଶ୍ୱର ଅର୍ଥନୀତିରେ ଏବେ ଅସ୍ଥିରତା ଲାଗି ରହିଛି। ଆଉ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିଛି ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି ଓ ସ୍ଥିତିରେ ସୁଧାର ଆସୁଛି। ତେଣୁ ସେଠାରେ ସୁନାରେ  ନିବେଶ ହ୍ରାସ ପାଉଛି। ସେହିପରି ଯେଉଁ ଦେଶ ମାନଙ୍କରେ କରୋନା ସଂକ୍ରମଣ ଯୋଗୁଁ ଅର୍ଥନୀତି ମାନ୍ଦା ରହିଛି, ସେଠାରେ ସୁନାରୂପାର ମୂଲ୍ୟ ବୃଦ୍ଧି ପାଉଛି।

ଅଗଷ୍ଟ ୫ରେ ଭାରତରେ ରୂପାର କିଲୋପ୍ରତି ମୂଲ୍ୟ ୭୪ ହଜାର ଟଙ୍କା ରହିଥିଲା। ସେହିପରି ଏକ ଭରି (୧୦ ଗ୍ରାମ) ସୁନାର ମୂଲ୍ୟ ୫୮ ହଜାର ଟଙ୍କା ରହିଥିଲା। ଏବେ ଏହା ହ୍ରାସ ପାଇ ଯଥାକ୍ରମେ ୬୨ ଓ ୫୨ ହଜାରରେ ପହଞ୍ଚିଛି। ଗହଣା ବ୍ୟବସାୟୀଙ୍କ କହିବା ଅନୁସାରେ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ଗ୍ରାହକମାନେ ସୁନାରୂପା କିଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଗକୁ ସୁନାରୂପା ଦର ହ୍ରାସ ପାଇବ। ଆଗାମୀ ଦେଢ଼ରୁ ଦୁଇ ମାସ ମଧ୍ୟରେ ଏହି ଦର ହ୍ରାସ ପାଇବ। ସେତେବେଳେ ସୁନାର ମୂଲ୍ୟ (୧୦ ଗ୍ରାମ ପ୍ରତି) ୪୮ ହଜାର ଟଙ୍କା ଓ ରୂପାର ମୂଲ୍ୟ (କିଲୋଗ୍ରାମ ପ୍ରତି) ୫୫ରୁ ୫୭ ହଜାର ଟଙ୍କାରେ ପହଞ୍ଚିଯିବ।

ଏହାର କାରଣ ଅନେକ ଦେଶ ଏବେ କରୋନା ଭ୍ୟାକ୍ସିନ ତିଆରି କରିବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ତେଣୁ ନିବେଶକ ସୁନା ବ୍ୟତୀତ ବ୍ୟାଙ୍କ ଓ ଅନ୍ୟ ସେକ୍ଟରରେ ନିବେଶ କରିବାକୁ ପସନ୍ଦ କରିବେ।

The post ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏହାର ଉଚିତ ସମୟ appeared first on Odisha Reporter.



from Odisha Reporter https://ift.tt/2Ys7Kjr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages