ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଳକ ଅଧୀନ ରମ୍ପିଆ ଗାଁରେ ଗତକାଲି ସନ୍ଧ୍ୟାରେ ପଶି ୪ ଜଣଙ୍କୁ ଆକ୍ରମଣ କରିବା ସହ ଆତଙ୍କ ଖେଳାଇଥିବା ଏକ କଲରାପତରିଆ ବାଘର ଖଣ୍ଡବିଖଣ୍ଡିତ ମୃତଦେହ ଆଜି ଉଦ୍ଧାର ହୋଇଛି। ରମ୍ପିଆ ଗାଁ ରେଳ ଧାରଣା କଡ଼ରୁ ମିଳିଛି ଏହି କଲରାପତରିଆ ବାଘର ମୃତଦେହ।
ବାଘଟିର ପଛ ଭାଗ ଶରୀର ଠାରୁ ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବେଳେ ତା’ ଉପରେ ଟ୍ରେନ୍ ଚଢ଼ିଯାଇଛି ନା ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ସେନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ବନ କର୍ମଚାରୀଙ୍କ ସହ ସୁନ୍ଦରଗଡ଼ ଡିଏଫ୍ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ବାଘଟି ରମ୍ପିଆ ଗାଁରେ ପଶି ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ସେମାନେ ଏବେ ହେମଗିରି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେଣୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବାଘଟିକୁ ମାରିଛନ୍ତି ନା କିପରି ତା’ର ମୃତ୍ୟୁ ହେଲା, ତାହା ଏବେ ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
The post କାଲି ଆତଙ୍କ ଖେଳାଇଥିଲା, ଆଜି ରେଳଧାରଣା କଡ଼ରୁ ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/39Xukox
No comments:
Post a Comment