୩୨ ସେକେଣ୍ଡର ଶୁଭବେଳାରେ ସଂପନ୍ନ ହେବ ଭୂମିପୂଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

୩୨ ସେକେଣ୍ଡର ଶୁଭବେଳାରେ ସଂପନ୍ନ ହେବ ଭୂମିପୂଜନ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଅଯୋଧ୍ୟାରେ ଭୂମିପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆହୁରି ୧୭୮ ଜଣ ବିଶିଷ୍ଟ ଅତିଥି ଯୋଗ ଦେବେ। ତେବେ ଏକ ବିଶେଷ ଶୁଭ ମୁହୂର୍ତ୍ତରେ ଏହି ଭୂମିପୂଜା କାର୍ଯ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି।

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜଙ୍କ ସୂଚନା ଅନୁଯାୟୀ, ଆଜି ଦିନ ୧୧ଟା ୪୦ ମିନିଟ୍ ପରେ ୩୨ ସେକେଣ୍ଡ ସମୟ ବହୁତ ଶୁଭ। ଆଉ ଏହି ଶୁଭ ବେଳାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ବା ଶିଳାନ୍ୟାସ କାର୍ଯ୍ୟ ସଂପନ୍ନ କରାଯିବ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଶିଳାନ୍ୟାସ ପାଇଁ ଦୁଇଟି ଶୁଭ ବେଳା ଦିଯାଇଥିଲା। ତେବେ ଦିଆଯାଇଥିବା ଦୁଇଟି ଶୁଭ ବେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ବଢ଼ିଆ ଢଙ୍ଗରେ ଉପଯୋଗ କଲେ। ସେଥିରୁ ଗୋଟିଏ ଜୁଲାଇ ୨୯ ତାରିଖରେ ଥିଲା। ଆଉ ସେହିଦନ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଲା। ଆଉ ଦ୍ୱିତୀୟ ଶୁଭ ମୁହୂର୍ତ୍ତ ଯାହା ଅଗଷ୍ଟ ୫ରେ ପଡୁଛି, ସେଥିରେ ରାମ ମନ୍ଦିରର ଶିଳାନ୍ୟାସ ହେବାକୁ ଯାଉଛି।

The post ୩୨ ସେକେଣ୍ଡର ଶୁଭବେଳାରେ ସଂପନ୍ନ ହେବ ଭୂମିପୂଜନ appeared first on Odisha Reporter.



from Odisha Reporter https://ift.tt/2XrGWiG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages