ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 8, 2020

ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନ ଦିଗରେ ସରକାର ନେଲେ ବଡ଼ ନିଷ୍ପତ୍ତି। ପ୍ରତିରକ୍ଷାମନ୍ତ୍ରୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ହେବ ଆତ୍ମନିର୍ଭରଶୀଳ।

୧୦୧ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ରୋକ୍ ଲଗାଇବ ପ୍ରତିରକ୍ଷା ମନ୍ତ୍ରାଳୟ। ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏନେଇ ଘୋଷଣା କରିବା ସହ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି।

ରାଜନାଥ ସିଂହ କହିଛନ୍ତି ପ୍ରସ୍ତୁତ ହୋଇଥିବା ତାଲିକାରେ କେବଳ ପ୍ରତିରକ୍ଷା ସାମଗ୍ରୀର ଅଂଶବିଶେଷ ନୁହେଁ ବରଂ ସୋନାର ସିଷ୍ଟମ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ଏଲସିଏଚ୍, ରାଡାର, ରାଇଫଲ ଭଳି ଅନେକ ବଡ଼ ବଡ଼ ଯୁଦ୍ଧ ଉପକରଣ ସାମିଲ କରାଯାଇଛି। ଏଣିକି ଏସବୁ ବାହାରୁ ଆମଦାନୀ ନ କରାଯାଇ ଦେଶରେ ନିର୍ମାଣ କରିବାକୁ ପ୍ରୋତ୍ସାହିତ କରାଯିବ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ଏହି ନିଷ୍ପତ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଭାରତର ପ୍ରତିରକ୍ଷା ଉଦ୍ୟୋଗକୁ ଆଉ ପାଦେ ଆଗକୁ ବଢ଼ି ବୃହତ୍ ପରିମାଣର ଉତ୍ପାଦନ କରିବାକୁ ସୁଯୋଗ ମିଳିବ। ଏହାସହ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ ନେଗେଟିଭ୍ ଲିଷ୍ଟରେ ଥିବା ଉପକରଣ ଓ ସାମଗ୍ରୀ ନିର୍ମାଣ କରିବାକୁ ମଧ୍ୟ ସୁଯୋଗ ମିଳିବ।

ରାଜନାଥ ସିଂହ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଷ୍ଟେକହୋଲଡର୍ସଙ୍କ ସହ ବିଚାରବିମର୍ଶ କରାଯିବା ପରେ ପ୍ରତିରକ୍ଷା ଉପକରଣଗୁଡ଼ିକର ଆମଦାନୀ ଉପରେ ରୋକ୍ ଲଗାଯିବ। ବର୍ତ୍ତମାନର ନିଷ୍ପତ୍ତି କେବଳ ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ୧୦୧ଟି ସାମଗ୍ରୀର ତାଲିକାରେ ଆର୍ମଡ୍ ଫାଇଟିଂ ଭେଇକଲସ୍ (AFVs)କୁ ମଧ୍ୟ ସାମିଲ କରାଯାଇଛି।

The post ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ appeared first on Odisha Reporter.



from Odisha Reporter https://ift.tt/3isbxEL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages