ସମ୍ମାନିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ସମ୍ମାନିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମାସ୍କକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ‘ ପିପୁଲସ୍‌ ଚଏସ୍‌ ’ ଆୱାର୍ଡ ପାଇଛନ୍ତି ବ୍ରହ୍ମପୁରର ପ୍ରଶାସନିକ ଅଧିକାରୀ ଡାକ୍ତର ଶ୍ୱେତ କୁମାର ଦାସ। ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟିନ୍‌ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୦ରେ ଏହି ଫିଲ୍ମଟିକୁ ପ୍ରଦର୍ଶନ କରାଯାଇଥିଲା।

ଆୱାର୍ଡ ପାଇବା ପରେ ଡାକ୍ତର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ୍‌ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ଏହି ଚଳଚ୍ଚିତ୍ରରେ ଗୋଟିଏ ଗରୀବ ଘରର ପାଠ ପଢୁଆ ପୁଅ ରାତିରେ ମାସ୍କ ସିଲାଇ କରି ସକାଳେ ବୁଲି ବୁଲି ମାସ୍କ ବିକ୍ରି କରିବା କଥା ଦେଖାଯାଇଛି। ମାସ୍କ ବିକ୍ରି କରିବା ପରେ ପିଲାଟିକୁ ଯାହା ଟଙ୍କା ମିଳେ ସେଥିରେ ଘରର ଚୁଲି ଜଳେ। ଦିନେ ମାସ୍କ ପିନ୍ଧି ନଥିବା ଜଣେ କାର୍‌ ମାଲିକଙ୍କୁ ମାଗଣାରେ ୩ଟି ମାସ୍କ ଦେଇ ନିଜେ ସୁରକ୍ଷିତ ରହିବା ସହ ଦେଶକୁ ସୁରକ୍ଷିତ ରଖିବାକୁ ଛୋଟ ପିଲାଟି ଉପଦେଶ ଦେଇଛି।

୭ ମିନିଟ୍‌ରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଡାକ୍ତର ଦାସ କରୋନା ମହାମାରୀ ସମୟରେ ମାସ୍କର ଗୁରୁତ୍ୱକୁ ଦର୍ଶାଇଛନ୍ତି।

ବର୍ତ୍ତମାନ ଡାକ୍ତର ଶ୍ୱେତ କୁମାର ଦାସ ବ୍ରହ୍ମପୁର ଉପଖଣ୍ଡରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ କାର୍ଯ୍ୟରତ ଅଛନ୍ତି।

The post ସମ୍ମାନିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା appeared first on Odisha Reporter.



from Odisha Reporter https://ift.tt/2PHLBZL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages