ପାସ୍‌ ହାର; ନୟାଗଡ଼ ଆଗରେ, ଝାରସୁଗୁଡ଼ା ପଛରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ପାସ୍‌ ହାର; ନୟାଗଡ଼ ଆଗରେ, ଝାରସୁଗୁଡ଼ା ପଛରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିଥିବା ବେଳେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ଓ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ରହିଛି ପାସ୍‌ ହାର। ସେହିପରି ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବାରେ ପୁଅ ଆଗରେ ରହିଛନ୍ତି।

ପାସ୍‌ ହାର ନୟାଗଡ଼ ଜିଲ୍ଲା ସର୍ବାଧିକ ୮୬.୫୧%  ରହିଛି ।  ଝାରସୁଗୁଡ଼ା ଜିଲ୍ଲାରେ ପାସ୍‌ ହାର ସର୍ବନିମ୍ନ ୪୦.୭୧% ରହିଛି  । ୨୦ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ୧୫ଟି ସ୍କୁଲରେ ଜଣେ ହେଲେ କେହି ପିଲା ପାସ୍ କରିନାହାନ୍ତି। ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ବିଭାଗ ଅନୁଧ୍ୟାନ କରିବ । ଏଥିସହ ସଂପୃକ୍ତ ସ୍କୁଲର ଅଧ୍ୟକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

ଅପରପକ୍ଷେ ଏଥର ପରୀକ୍ଷାରେ ଚଳିତ ବର୍ଷ ମୋଟ ୯୭, ୩୭୭  ଛାତ୍ରଛାତ୍ରୀ  ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୬୮, ୩୭୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୩୮, ୩୦୧ (୩୯%) ଥିବା ବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୩୦, ୦୭୩ (୩୧%)।

The post ପାସ୍‌ ହାର; ନୟାଗଡ଼ ଆଗରେ, ଝାରସୁଗୁଡ଼ା ପଛରେ appeared first on Odisha Reporter.



from Odisha Reporter https://ift.tt/3fOvV1e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages