ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ଆଇପିଏସ୍‌ଙ୍କୁ ମୁମ୍ବାଇରେ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ଆଇପିଏସ୍‌ଙ୍କୁ ମୁମ୍ବାଇରେ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌‌

ପାଟଣା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ମୁମ୍ବାଇ ଯାଇଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ଜୋର ଜବରଦସ୍ତି କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ସେ ଦେଇଥିବା ସୂଚନା ଅନୁଯାୟୀ, ରବିବାର ଆଇପିଏସ୍ ଅଫିସର ବିନୟ ତିୱାରୀ ପାଟଣାରୁ ଯାଇ ମୁମ୍ବାଇରେ ପହଞ୍ଚିଥିଲେ। ସେ ସେଠାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ପୂର୍ବରୁ ଯାଇଥିବା ଟିମ୍‌ର ନେତୃତ୍ୱ ନେଇଥା’ନ୍ତେ। ତେବେ ରାତି ୧୧ଟା ବେଳେ ବିଏମ୍‌ସି (ବ୍ରିହାନ୍‌ମୁମ୍ବାଇ ମହାନଗର ନିଗମ)ର ଅଧିକାରୀମାନେ ତାଙ୍କୁ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌ରେ ପଠାଇ ଦେଇଥିଲେ।

ବିହାର ଡିଜିପି ଟ୍ୱିଟ୍ କରିଛନ୍ତି ଯେ ଅନୁରୋଧ ସତ୍ତ୍ୱେ ବିନୟ ତିୱାରୀଙ୍କୁ ‘ଆଇପିଏସ୍‌ ମେସ୍‌’ରେ ରହିବାକୁ ଦିଆଗଲା ନାହିଁ। ସେ ଏବେ ଗୋରେଗାଁଓର ଏକ ଗେଷ୍ଟ୍ ହାଉସ୍‌ରେ ରହୁଛନ୍ତି।

ଆଇପିଏସ୍ ଅଫିସର ବିନୟ ତିୱାରୀ ଏବେ ସେଠାରେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବେ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଦେଢ଼ ମାସ ପରେ ତାଙ୍କ ବାପା ପାଟଣାର ଏକ ଥାନାରେ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏଥିରେ ସେ ରିୟା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଏତଲା ରୁଜୁ ହେବା ପରେ ବିହାର ପୁଲିସ୍‌ର ଏକ ଟିମ୍ ମୁମ୍ବାଇ ଯାଇ ଘଟଣାର ଖୋଳତାଡ଼ କରୁଛି। ମୁମ୍ବାଇ ପୁଲିସ୍ ଏହି ଟିମ୍‌କୁ ସହଯୋଗ କରୁ ନଥିବା ବେଳେ ଗତକାଲି ସେଠାକୁ ଯାଇଥିବା ଆଇପିଏସ୍ ଅଫିସର ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଛି।

The post ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ଆଇପିଏସ୍‌ଙ୍କୁ ମୁମ୍ବାଇରେ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌‌ appeared first on Odisha Reporter.



from Odisha Reporter https://ift.tt/2DnXGjL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages