ମିଳିଲାନି ବେଡ, ଚଟାଣରେ ବସାଇ କରୋନା ସନ୍ଦିଗ୍ଧଙ୍କୁ ଦିଆଗଲା ଅକ୍ସିଜେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ମିଳିଲାନି ବେଡ, ଚଟାଣରେ ବସାଇ କରୋନା ସନ୍ଦିଗ୍ଧଙ୍କୁ ଦିଆଗଲା ଅକ୍ସିଜେନ୍

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ଜଣେ କରୋନା ସନ୍ଦିଗ୍ଧଙ୍କୁ ମିଳିଲାନି ବେଡ୍‌। ଚଟାଣରେ ବସାଇ ଦିଆଗଲା ଅକ୍ସିଜେନ୍‌। ପ୍ରାୟ ୩ ଘଣ୍ଟା ଯାଏ ରୋଗୀଜଣକ ଏପରି ତଳେ ବସି ରହିଲେ। ପରେ ଆଇସଲେସନ ୱାର୍ଡ ବାହାରେ ପଡିଥିବା ଏକ ଭଙ୍ଗା ବେଡ୍‌କୁ ତାଙ୍କୁ ନିଆଗଲା । କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ମିଳୁଥିବା ଚିକିତ୍ସା ସୁବିଧାର ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ ମେଡିକାଲରେ।

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଆକ୍ରାନ୍ତ ତଥା ସନ୍ଦିଗ୍ଧଙ୍କୁ ମିଳୁଥିବା ଚିକିତ୍ସାର ବହୁ ହୃଦୟଥରେ ଚିତ୍ର ଦେଖିବାକୁ ମିଳୁଛି। କେତେବେଳେ ଅକ୍ସିଜେନ ନ ପାଇ ଆକ୍ରାନ୍ତ ଆଖି ବୁଜୁଛି ତ କେତେବେଳେ ଆଖି ବୁଜିଲେ ମୃତକଙ୍କ ପରିବାର ଲୋକଙ୍କୁ ୪ ଦିନ ପର୍ଯ୍ୟନ୍ତ ମିଳୁନି ଖବର।

ସୂଚନାଅନୁସାରେ, ବ୍ରହ୍ମପୁର କୁଠାରୀ ମନ୍ଦିର ସାହିର ବିଶ୍ୱନାଥ ବେହେରା (୪୫)  ଗତକାଲି ସନ୍ଧ୍ୟାରେ  ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ।  ତେଣୁ ତାଙ୍କୁ  ଏକ ଆମ୍ୱୁଲାନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲକୁ  ନିଆଯାଇଥିଲା। ହେଲେ ବେଡ୍‌ ନଥିବାରୁ ତାଙ୍କୁ ଆଇସଲେସନ ୱାର୍ଡରେ ଭର୍ତ୍ତି କରାଯାଇ ପାରି ନଥିଲା। ଫଳରେ ବାଧ୍ୟ ହୋଇ ତାଙ୍କୁ ବାହାରେ ଚଟାଣରେ ବସାଇ ଦିଆଗଲା।

ଏହି ସମୟରେ ସେ  ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଅକ୍ସିଜେନ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ମେଡିକାଲରେ ଅକ୍ସିଜେନ ଟିୟୁବ ଥିବା ବେଳେ ମାସ୍କ ନ ଥିଲା। ଶେଷରେ ତାଙ୍କର ଜଣେ ସମ୍ପର୍କୀୟ ନିକଟସ୍ଥ ଦୋକାନରୁ ମାସ୍କ କିଣି ଆଣିବା ପରେ ତାଙ୍କୁ ଅକ୍ସିଜେନ୍ ଲଗାଯାଇଥିଲା। ପ୍ରାୟ ୩ ଘଣ୍ଟା ସେ ଅକ୍ସଜେନ୍ ଲଗାଇ ଚଟାଣରେ ବସି ରହିଥିଲେ। ପରେ ଆଇସଲେସନ ୱାର୍ଡ ବାହାରେ ପଡିଥିବା ଏକ ଭଙ୍ଗା ବେଡ୍‌କୁ ତାଙ୍କୁ ନିଆ ଯାଇଥିଲା।

ଗତ ଜୁଲାଇ ୨୮ ତାରିଖରେ କରୋନାରେ ପୀଡ଼ିତ ହେଇ ତାଙ୍କ ଭାଇ ବଦ୍ରିନାଥ ବେହେରା ପ୍ରାଣ ହରାଇଥିଲେ।  ଏହାପରେ ତାଙ୍କର ଜୁଲାଇ ୨୯ ରେ ସ୍ୱାବ ଟେଷ୍ଟ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ରିପୋର୍ଟ ଆସି ନାହିଁ। ବର୍ତ୍ତମାନ ସେ କରୋନା ସନ୍ଦିଗ୍ଧ। ତାଙ୍କର ଲକ୍ଷଣ ଦେଖାଯାଉଥିବା   ସତ୍ତ୍ୱେ ରିପୋର୍ଟ ଆସି ନ ଥିବାରୁ ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳି ପାରୁନି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୯୨ରେ ପହଞ୍ଚୁଥିବା ବେଳେ ୧୦୩ ଜଣ ଆଖି ବୁଜି ସାରିଲେଣି।

The post ମିଳିଲାନି ବେଡ, ଚଟାଣରେ ବସାଇ କରୋନା ସନ୍ଦିଗ୍ଧଙ୍କୁ ଦିଆଗଲା ଅକ୍ସିଜେନ୍ appeared first on Odisha Reporter.



from Odisha Reporter https://ift.tt/39QsxS9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages