ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ନେଇ ସୋଶାଲ ମିଡିଆରେ ଖୋଦ ବିଧାୟକ ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।
ଏହା ସହିତ ବିଧାୟକ ଶ୍ରୀ ରାୟ ଲେଖିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ତେବେ ଚାନ୍ଦବାଲିର ବନ୍ୟା ପ୍ରଭାବିତ ଲୋକଙ୍କ ସେବା କରିପାରୁ ନଥିବାରୁ ବହୁତ ଦୁଃଖିତ ଅଛନ୍ତି।
ସୂଚନାଯୋଗ୍ୟ, ଏହାପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ସେହିପରି କୋରାପୁଟ ଜିଲ୍ଲାର ଟାଣୁଆ ବିଜେପି ନେତା ଜୟରାମ ପାଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କିଛି ଦିନ ତଳେ ସୂଚନା ଦେଇଥିଲେ।
The post କରୋନାରେ ସଂକ୍ରମିତ ହେଲେ ପୁଣି ଜଣେ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3hDPdrX
No comments:
Post a Comment