ରାଉରକେଲାରେ ଆଜିଠୁ ସେରୋ ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ରାଉରକେଲାରେ ଆଜିଠୁ ସେରୋ ସର୍ଭେ

ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହା ଏବେ ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି। ତେବେ ରାଉରକେଲା ସହରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି l ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ରାଉରକେଲା ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭିଲାନ୍ସ l

ସେରୋ ସର୍ଭେ ନିମନ୍ତେ ଭୁବନେଶ୍ୱର  ଆରଏମସିର ଏକ ୧୭ ଜଣିଆ ଟିମ୍ ରାଉରକେଲାରେ ପହଞ୍ଚିଛନ୍ତି। ରାଉରକେଲା ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଆରଏମସି ଟିମ୍‌ ଓ  ସ୍ୱାସ୍ଥ୍ୟ ବିଭାଗ  ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି l  ରାଉରକେଲା ଓ ତାହାର ଆଖପାଖ ଅଞ୍ଚଳରୁ ପ୍ରାୟ ୨୫୦୦ ସହ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି l ଜିଲ୍ଲାରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୦୦  ଥିବା ବେଳେ  ୩୪୩୩  ଜଣ ସୁସ୍ଥ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ୯୨୮  ଆକ୍ଟିଭ କେସ୍‌ ଥିବା ବେଳେ  ୩୫ ଜଣ କରୋନାରେ ଆଖି ବୁଜି ସାରିଲେଣି।

The post ରାଉରକେଲାରେ ଆଜିଠୁ ସେରୋ ସର୍ଭେ appeared first on Odisha Reporter.



from Odisha Reporter https://ift.tt/3hK8Hv9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages