ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟି ନେଲେ ସୁନା, ରୁପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 26, 2020

ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟି ନେଲେ ସୁନା, ରୁପା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟି ନେଲେ ୭୦୦ ଗ୍ରାମ ସୁନା, ପ୍ରାୟ ୨୦ କେଜି ରୁପା ଓ ଲକ୍ଷାଧିକ ଟଙ୍କା । ଏପରି ଏକ ବଡ଼ ଧରଣର ଲୁଟ୍‌ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ହୋଇଛି।  କୋର୍ଟ ଷ୍ଟେସନ ନିକଟରେ ଥିବା  ସୁନା ଦୋକାନୀ  ଶରତଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

ଗତକାଲି ରାତିରେ ଦୋକାନ ବନ୍ଦ କରି ପତ୍ନୀଙ୍କ ସହ ମୋଟରସାଇକେଲରେ ଘରକୁ ଶରତ ଫେରୁଥିଲେ। ହେଲେ ବାଇକ୍‌ରେ ୨ ଲୁଟେରା ସେମାନଙ୍କୁ ପିଛା କରି ଆସି ଆକ୍ରମଣ କରିଥିଲେ । ଏହାପରେ ଶରତଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଲୁହା ରଡରେ ଆକ୍ରମଣ କରିଥିଲେ । ଏହାପରେ ଉଭୟ ସ୍ୱାମୀସ୍ତ୍ରୀ ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ଅଳଙ୍କାର ଭର୍ତ୍ତି ବ୍ୟାଗ ଓ ଟଙ୍କା ଲୁଟି ନେଇଥିଲେ । ଗୁରୁତର ଶରତଙ୍କୁ ଛତ୍ରପୁରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ପାଇପାରି ନାହିଁ।

The post ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟି ନେଲେ ସୁନା, ରୁପା appeared first on Odisha Reporter.



from Odisha Reporter https://ift.tt/31uHy9G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages