ଭଦ୍ରକ(ପାର୍ଥସାରଥୀ ନାୟକ): ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ଆସିଛି । ଭଣ୍ଡାରିପୋଖରୀର ୮ ଓ ଧାମନଗରର ୭ ପଞ୍ଚାୟତ ପାଣି ଘେରରେ ଅଛି । ମାଳଦା ନିକଟ ଶରତା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଦୋବଲ ନିକଟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।
ଫଳରେ ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଖୁଆପଦାରେ ବିପଦ ସଙ୍କେତଠାରୁ ୨ ମିଟର ଉପରେ ବନ୍ୟାଜଳ ହେଉଛି । ବିପଦ ସଙ୍କେତ ୧୭.୮୩ ମି ଥିବା ବେଳେ ପ୍ରବାହିତ ହେଉଛି ୧୯.୫୬ ମିଟର।
The post ବୈତରଣୀରେ ବନ୍ୟା ; ଭଣ୍ଡାରିପୋଖରୀ, ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.
from Odisha Reporter https://ift.tt/3aYxGIx
No comments:
Post a Comment