ଝାରସୁଗୁଡ଼ା(ଭାଗିରଥୀ ସାହୁ ): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହର ୭ ଦିନ ପାଇଁ ଶଟଡାଉନ୍ ଘୋଷଣା ହେଲେ । ଆସନ୍ତା ୩୦ ତାରିଖରୁ ସେପ୍ଟେମ୍ବେର ୫ ତାରିଖ ଯାଏ ବଳବତ୍ତର ରହିବ ଏହି କଟକଣା। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ରୁ ୧୧ ଯାଏଁ ଖୋଲିବ। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩୩ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୪୧୫। ଏହାବ୍ୟତୀତ ୬୧୭ ଜଣ ସୁସ୍ଥ ହୋଇ ସାରିଲେଣି। ଝାରସୁଗୁଡ଼ା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି।
The post ୭ ଦିନ ପାଇଁ ଶଟଡାଉନ୍ ଘୋଷଣା ହେଲା ଏହି ସହର appeared first on Odisha Reporter.
from Odisha Reporter https://ift.tt/3lrUV2f
No comments:
Post a Comment